ଜାଣନ୍ତୁ ସିଡିଏସଙ୍କ ପୋଷାକର ବିଶେଷତ୍ୱ

ନୂଆଦିଲ୍ଲୀ()  ନୂତନ ସିଡିଏସ୍ ପାଇଁ ନୂତନ ୟୁନିଫର୍ମ ପ୍ରସ୍ତୁତ ହୋଇ ସାରିଛି। ଏହାର ରଙ୍ଗ ଅଲିଭ୍ ଗ୍ରୀନ୍ ରହିଛି କିନ୍ତୁ ଏଥିରେ ବ୍ୟାଚ୍ ଓ ଷ୍ଟାର ଅଲଗା ରହିବ। ଆଡିଶନାଲ ଡାଇରେକ୍ଟର ଜେନେରାଲ ଅଫ ପବ୍ଲିକ୍ ଇନଫରମେଶନ ଗତ ମଙ୍ଗଳବାର ୟୁନିଫର୍ମରେ ଲଗାଯିବାକୁ ଥିବା ବ୍ୟାଚ୍ ଓ ଅନ୍ୟ ସବୁ ଜିନିଷରେ ଫଟୋ ଜାରି କରିଥିଲା।

୩ ସେନା ବାହିନୀ ମୁଖ୍ୟ ଭାବେ ସିଡିଏସ କାର୍ୟ୍ୟ କରିବାକୁ ଥିବାରୁ ତାଙ୍କ ପୋଷାକରେ ଏହାର ଝଲକ ଦେଖିବାକୁ ମିଳିଛି । ୩ ସେନା ବାହିନୀକୁ ପ୍ରତିନିଧିତ୍ୱ କରିବାକୁ ଥିବାରୁ ସିଡିଏସ୍ ପିନ୍ଧିବାକୁ ଥିବା ପୋଷାକର କାନ୍ଧରେ ଧୁସର ରଙ୍ଗର ପ୍ୟାଚ୍ ସହ ଗୋଲଡେନ ରାଙ୍କ ରହିଛି । ସିଡିଏସଙ୍କ ଟୋପି ମଧ୍ୟ ଅଲଗା ହୋଇଛି । ଏଥିରେ ବ୍ୟାଜ୍ ଓ ଅଳଙ୍କାର ଜରିଆରେ ୩ ସେନା ବାହିନୀର ଚିହ୍ନ ରହିଛି । ଆର୍ମି, ନେଭି ଏବଂ ବାୟୁସେନାର ମୁଖ୍ୟ ରହିବେ ସିଡିଏସ୍। ଏହା ୪ତାରକା ପୋଷ୍ଟ। ତିନୋଟି ଅଙ୍ଗ ପାଇଁ ତିନୋଟି ଷ୍ଟାର ଓ ସିଡିଏସ୍ ପଦବୀ ପାଇଁ ଗୋଟିଏ ଷ୍ଟାର ଲଗାଯିବ। ଏହା ଜରିଆରେ ୩ ସେନା ବାହିନର ବ୍ୟବହାର କରୁଥିବା ଚିହ୍ନ ପ୍ରତିଫଳିତ ହୋଇଛି । ସିଡିଏସଙ୍କ ବେଲ୍ଟରେ ମଧ୍ୟ ସମାନ ଲୋଗ ରହିଛି ।

Share

Leave a Reply

Your email address will not be published. Required fields are marked *

17 − 14 =