ପୁଣି ବ୍ୟାନ୍ ହେଲା TikTok

ନୂଆଦିଲ୍ଲୀ() ବ୍ୟାନ୍ ହେଲା ଟିକଟକ୍ । ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି । ଏଣିକି ଆମେରିକାର ଆର୍ମି ସୋଲଜର୍ସ ଏହାକୁ ବ୍ୟବହାର କରିପାରିବେ ନାହିଁ ।
ସୂଚନାଅନୁସାରେ, ଦେଶର ସୁରକ୍ଷା ଉପରେ ବିପଦ ଦର୍ଶାଇ ସବୁଠାରୁ ଲୋକପ୍ରିୟ ଚାଇନିଜ୍ ଭିଡିଓ ଆପ୍ ଟିକଟକକୁ ବ୍ୟାନ କଲା ଆମେରିକା ଆର୍ମି । ଆମେରିକା ଆର୍ମିର କହିବା ଅନୁଯାୟୀ, ଏହି ଚାଇନିଜ୍ ଭିଡିଓ ଆପ୍ ଜାତୀୟ ସୁରକ୍ଷା ପାଇଁ ବଡ ବିପଦ ଅଟେ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଟିକଟକକୁ ସାଇବର ଥ୍ରେଟ୍ ବୋଲି କହିଛନ୍ତି ଆମେରିକା ଆର୍ମି ମୁଖପାତ୍ର । ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଆମେରିକା ନୌସେନା ମଧ୍ୟ ଟିକଟକ୍ ଉପରେ ବ୍ୟାନ୍ ଲଗାଇଥିଲା । ଏହା ସହ ଡିଫେନ୍ସ ବିଭାଗ ମଧ୍ୟ ମୋବାଇଲରେ କୌଣସି ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।

ପୂର୍ବରୁ ଭାରତରେ ମଧ୍ୟ ଟିକଟକକୁ ବ୍ୟାନ୍ କରାଯାଇଥିଲା । କିନ୍ତୁ ବ୍ୟାନ୍ କରାଯିବାର କାରଣ ଥିଲା ଏଥିରେ ଦେଖାଯାଉଥିବା କଣ୍ଟେଟ । ମାଡ୍ରାସ ହାଇକୋର୍ଟ ଏହି ଆପକୁ ବ୍ୟାନ୍ କରିବା ନେଇ ରାୟ ଶୁଣାଇଥିଲେ । କୁହାଯାଇଥିଲା, ଏହି ଆପ୍ ଛୋଟ ପିଲାଙ୍କ ଉପରେ କୁପ୍ରଭାବ ପକାଉଛି ଏବଂ ବ୍ୟବହାରକାରୀଙ୍କୁ ମାନସିକ ସ୍ତରରେ ପ୍ରଭାବ ପକାଉଛି । ଏହା ପରେ ଟିକଟକ ନିଜ ପଲିସିରେ କେତେକ ପରିବର୍ତନ କରି ପୁଣି ଥରେ ଲୋକପ୍ରିୟ ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

four + two =