୫-ଟିକୁ ଆଧାର କରି ଦକ୍ଷତା ବୃଦ୍ଧି ପାଇଁ କୃଷିମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର() ଚାଷୀମାନେ ସରକାରଙ୍କ ସମସ୍ତ ଯୋଜନା ଓ ପ୍ରୋତ୍ସାହନ ଯେପରି ସିଧାସଳଖ ପାଇପାରିବେ ସେଥି ନିମନ୍ତେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ବିହନ ନିଗମର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ସାହୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଓଡିଶା ବିହନ ନିଗମ କାର୍ଯ୍ୟଳୟକୁ ଅଚାନକ ଅସ୍ତ କରି ୫-ଟି ଆଧାରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ବିହନର ମୋଟ ଆବଶ୍ୟକତାକୁ ଆକଳନ କରି ଚାଷୀ ମାନଙ୍କର ଚାହିଦାକୁ ପୂରଣ କରିବା ଦିଗରେ ଓଡିଶା ବିହନ ନିଗମ ଏକ ରୋଡ ମ୍ୟାପ ପ୍ରସ୍ତୁତ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ କାର୍ଯ୍ୟ କରି ଓଡିଶା ବିହନ ନିଗମକୁ ଅଧିକ କି୍ରୟାଶୀଳ କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କର୍ମଚାରୀ ମାନଙ୍କୁ ସତର୍କ କରାଇଦେଇଛନ୍ତି ।

କର୍ମଚାରୀ ମାନେ ୫-ଟିକୁ ଅନୁସରଣ କରି ନିଜର କାର୍ଯ୍ୟ ଦକ୍ଷତା ବୃଦ୍ଧି ସହିତ କୃଷିର ବିକାଶରେ ଅଂଶୀଦାର ହେବା ପାଇଁ ମଧ୍ୟ ସେ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆମ ଲୋକ ସଂଖ୍ୟାର ଏକ ବୃହତ ଅଂଶ କୃଷି ଓ ଆନୁଷଙ୍ଗୀକ କ୍ଷେତ୍ର ସହିତ ଜଡିତ ଥିବାରୁ ଚାଷୀମାନଙ୍କୁ ଠିକ ସମୟରେ ଏବଂ ଉନ୍ନତ ମାନର ବିହନ ଯୋଗା ଯାଇ ପାରିଲେ ରାଜ୍ୟରେ ଉପôାଦନ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରି ଏହି ଦିଗରେ ବିହନ ନିଗମର କର୍ମଚାରୀ ମାନେ ନିଜର ଦକ୍ଷତା ଓ ପ୍ରତିବଦ୍ଧତା ପ୍ରମାଣିତ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହା ସହିତ କର୍ମଚାରୀ ମାନେ ସମୟାନୁବର୍ତ୍ତୀ ହୋଇ ସମସ୍ତ କାର୍ଯ୍ୟ କରିବାକୁ ମଧ୍ୟପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

one × 5 =