Thursday, October 29, 2026
Latestରାଜନୀତି

ବିଧାନସଭା ସାମନାରେ ହୋଇଥିଲା ଆତ୍ମାହୁତିର ଡ୍ରାମା

ଭୁବନେଶ୍ବର () ପରୀକୁ ନେଇ ଚାଲିଥିବା ରାଜନୀତିରେ ନୂଆ ମୋଡ । ଏହି ଘଟଣାକୁ କିଏ କେମିତି ରାଜନୈତିକ ରଙ୍ଗ ଦେଉଥିଲା ତାର ମୁଖା ଖୋଲୁଛି । କେମିତି ବିଧାନସଭା ସାମନାରେ ଆତ୍ମାହୁତି ଡ୍ରାମା ହୋଇଥିଲା ଆଉ କେମିତି ଗିରଫ ସରୋଜ ସେଠୀକୁ ହତ୍ୟାକାରୀ ବୋଲି ମାନୁନଥିଲେ । ପରୀର ବାପା ମାଙ୍କ ଏକ ଭାଇରାଲ ଭିଡିଓରେ ସେମାନେ ସରୋଜ ପ୍ରତି ସନ୍ଦେହ ପ୍ରକାଶ କରୁଥିବା ଏବଂ ଆତ୍ମାହୁତିର ଡ୍ରାମାକୁ ମାନିଛନ୍ତି ।

ଶବକୁ ନେଇ ରାଜନୀତି ଯେ ଏତେ ନିମ୍ନ ସ୍ତରକୁ ଚାଲିଯାଇପାରେ, ତାହା ପ୍ରମାଣିତ କରୁଛି ଏକ ଭାଇରାଲ ଭିଡିଓ । ଯେଉଁଥିରେ ୫ ବର୍ଷର ଝିଅକୁ ହରାଇଥିବା ବାପା ମା କିପରି ରାଜନୈତିକ ପଶାପାଲିରେ ଗୋଟି ହୋଇଛନ୍ତି, ତାହାର ହୋଇଛି ପର୍ଦ୍ଦାଫାସ । ନ୍ୟାୟ ପାଇଁ ଆତ୍ମାହୁତି ବନିପାରେ ଲୀଳା, ଧାରଣାସ୍ଥଳ ବନିପାରେ ରାଜନୈତିକ ପ୍ଲେଗ୍ରାଉଣ୍ଡ । ଏହି ଭାଇରାଲ ଭିଡିଓ ଶୁଣିଲା ପରେ ସବୁ କିଛି ବୁଝାପଡିବ । ପରୀକୁ ନ୍ୟାୟ ଦେବା ପାଇଁ ସତରେ ଥିଲା ଆନ୍ତରିକତା ନା ଥିଲା ନାଟକ, କହୁ କହୁ ସବୁ କହି ଦେଇଛନ୍ତି ପରୀର ବାପା ମା।

ଝିଅ ମୃତ୍ୟୁର ହତ୍ୟାକାରୀ କିଏ ବୋଲି ଯଦି ଜାଣିଥିଲେ ବାପା ମା, ତେବେ ଆଜିଯାଏଁ କାହିଁକି ଚୁପ୍ ଥିଲେ । ଯଦି ଅଭିଯୁକ୍ତ ଉପରେ ସନ୍ଦେହ ଥିଲା, ତେବେ ଗିରଫଦାରିକୁ ନେଇ କାହିଁକି ଉଠାଇଛନ୍ତି ପ୍ରଶ୍ନ ? ଏସଆଇଟି ତଦନ୍ତକୁ କାହିଁକି ଅସ୍ବୀକାର କରୁଛନ୍ତି ପରୀର ପରିବାର ? ଏବେ ଯେଉଁ ଭିଡିଓ ଭାଇରାଲ ହୋଇଛି, ସେଥିରେ ପରୀର ବାପା ଅଶୋକ ସାହୁ, ମାଆ ସୌଦାମିନୀ ଏବଂ ନୟାଗଡର ଶ୍ରୀଧର ପ୍ରଧାନଙ୍କ କଥାବାର୍ତ୍ତା ରହିଛି । ଏହାସହ ବିଭିନ୍ନ ଗଣମାଧ୍ୟମ ସମ୍ପର୍କରେ ବି କଥାବର୍ତ୍ତା ରହିଛି । ଆଶ୍ଚର୍ଯ୍ୟର କଥା, ଏହି ଭିଡିଓରେ ବିଧାନସଭା ଆଗରେ ମୃତ ଝିଅକୁ ନ୍ୟାୟ ଦେବା ପାଇଁ ଆତ୍ମାହୁତି ଘଟଣାକୁ ଏକ ଡ୍ରାମା ଥିଲା ବୋଲି ନିଜ ମୁହଁରେ କହୁଛନ୍ତି ଖୋଦ୍ ବାପା ମା ।

Share

Leave a Reply

Your email address will not be published. Required fields are marked *

one × 2 =