Friday, October 30, 2026
Latestଜାତୀୟରାଜନୀତି

ଶଶି ଥରୁରଙ୍କୁ ମିଳିଲା ମୁକ୍ତି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଅଦାଲତ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କିତ ଏକ ମାମଲାରୁ ମୁକ୍ତ କରିଛନ୍ତି। ମାମଲାର ଶେଷ ଶୁଣାଣି ସମୟରେ ପୁଲିସ ଥରୁରଙ୍କ ବିରୁଦ୍ଧରେ ୩୦୬ ଧାରା ସମେତ ବିଭିନ୍ନ ଅଭିଯୋଗ ଆଣି ତାଙ୍କ ପ୍ରତି ଦଣ୍ଡବିଧାନ କରିବାକୁ ଅଦାଲତରେ ଯୁକ୍ତି ଦର୍ଶାଇଥିଲା। ସୂଚନାଯୋଗ୍ୟ ଯେ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲରେ ୨୦୧୪ ଜାନୁଆରୀ ୧୭ ତାରିଖ ରାତିରେ ସୁନନ୍ଦାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସୁନନ୍ଦା ଓ ଶଶିଙ୍କ ବଙ୍ଗଳାର ମରାମତି କରାଯାଉଥିବାରୁ ସେମାନେ ଉକ୍ତ ହୋଟେଲରେ ରହୁଥିଲେ। ବୁଧବାର ଦିନ ଅଦାଲତରେ ଶଶିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ପାୱା କହିଥିଲେ ଯେ ଏସଆଇଟି ଦ୍ୱାରା କରାଯାଇଥିବା ତଦନ୍ତରେ ଶଶିଙ୍କ ବିରୁଦ୍ଧରେ ଆଗତ ସମସ୍ତ ଅଭିଯୋଗରୁ ତାଙ୍କୁ ମୁକ୍ତ କରାଯାଇସାରିଛି। ତାଙ୍କ ବିରୁଦ୍ଧରେ କିଛି ତଥ୍ୟ ପ୍ରମାଣ ନଥିବାରୁ ଶଶିଙ୍କୁ ଏଥିରୁ ଅଦାଲତ ମୁକ୍ତ କରନ୍ତୁ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତ ଶଶି ଥରୁରଙ୍କୁ ଉକ୍ତ ମାମଲାରୁ ମୁକ୍ତ କରିଥିଲେ।

Share

Leave a Reply

Your email address will not be published. Required fields are marked *

twelve − seven =