ପୁରୀରେ ସମ୍ବିତ ପାତ୍ର ଫ୍ଲପ ସୋ

ଭୁବନେଶ୍ୱର () ନିର୍ବାଚନ ପ୍ରଚାର ସମୟରେ ଦଳକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ବଏ ସମ୍ବିତ ପାତ୍ର ଫ୍ଲପ ହୋଇଛନ୍ତି । ସେ ବିଜେଡିର ଟାଣୁଆ ଓ ଅନୁଭବୀ ନେତା ପିନାକୀ ମିଶ୍ରଙ୍କ ଠାରୁ ହାରିଛନ୍ତି ।

ପୂର୍ବ ଭାରତରେ ଓଡିଶାକୁ ଲକ୍ଷ୍ୟ କରି ବିଜେପି ପ୍ରଥମେ ମୋଦିଙ୍କୁ ପ୍ରାର୍ଥୀ କରିବାକୁ ଚିନ୍ତା କରିଥିଲା । କିନ୍ତୁ ରାଜନୈତିକ ପାଗ ଅନୁକୂଳ ନହେବାରୁ ସମ୍ବିତଙ୍କୁ ପ୍ରାର୍ଥୀ କରାଗଲା । ସେ ପ୍ରାର୍ଥୀ ହେବା ପରେ ବିଭିନ୍ନ ପ୍ରକାର ଆଚରଣ ବିଧି ଉଲ୍ଲଂଘନ ଓ ନକରାତ୍ମକ ପ୍ରଚାର ପାଇଁ ଚର୍ଚ୍ଚାକୁ ଆସିଥିଲେ । ହେଲେ ସେଥିରେ ସେ ପୁରୀବାସୀଙ୍କ ହୃଦୟ ଜିଣିବାକୁ ସକ୍ଷମ ହେଲେଣି ।

ସେ ଡାକ୍ତରୀ ପେଶା ଛାଡି ପ୍ରଥମେ ଦିଲ୍ଲୀରୁ ନିର୍ବାଚନ ଲଢ଼ି ହାରିଥିଲେ । ଏବେ ପୁରୀ ଭଳି ସମ୍ମାନଜନକ ଆସନରେ ଶ୍ରୀ ଜଗନ୍ନାଥଙ୍କୁ ନିର୍ବାଚନରେ ମୋହରା କରିବାର ପରିଣାମ ଭୋଗିଲେ । ଏବେ ପୁରୀର ଭୋଟର ତାଙ୍କୁ କେବଳ ଜଣେ ପର୍ଯ୍ୟଟକ ଭାବେ ଦେଖୁଛନ୍ତି ।

କାରଣ ବାତ୍ୟା ଫନି ପରେ ପିନାକୀ ଲୋକଙ୍କ ସୁଖ ଦୁଖଃରେ ସାମିଲ ହୋଇ ସହଯୋଗର ହାତ ବଢାଇଥିବା ବେଳେ ସମ୍ବିତଙ୍କୁ ଦେଖିବାକୁ ମିଳିଲାନି । କେବଳ ନିର୍ବାଚନ ପ୍ରଚାର ପାଇଁ ସେ କେତେବେଳେ ଭଜନ ସନ୍ଧ୍ୟାରେ ଭଜନ ପରିବେଷଣ କରିଥିଲେ ତ କେତେବେଳେ ନୋଳିଆ ବସ୍ତିରେ ତେଲୁଗୁ ଗୀତ ଗାଇଥିଲେ । ତାଙ୍କର ଏସବୁ ଅଭିନୟ ଯେ କେବଳ ଭୋଟ ପାଇଁ ଏକଥା ପୁରୀର ଭୋଟରଙ୍କୁ ବୁଝିବାକୁ ବେଶୀ ସମୟ ଲାଗିଲାନି ।

Share

Leave a Reply

Your email address will not be published. Required fields are marked *

sixteen − 7 =