କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେଙ୍କୁ କରୋନା

ନୂଆଦିଲ୍ଲୀ() କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ରାମଦାସ ଆଠୱାଲେ କରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି । ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ଆଠୱାଲେଙ୍କୁ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଏନେଇ ସୂଚନା ଦିଆଯାଇଛି । ସେ ତାଙ୍କ ଦଳର ଏକ ମିଶ୍ରଣ ପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।

ତେବେ ଆଠୱାଲେ ‘ଗୋ କରୋନା ଗୋ’ର ସ୍ଲୋଗାନ ଦେଇଥିଲେ, ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

5 + 12 =