ଆପୋଲୋ ହସ୍ପିଟାଲ୍‌ସ ଗ୍ରୁପ୍ ପକ୍ଷରୁ ୫୦୦ ଶିଶୁ ଯକୃତ ପ୍ରତିରୋପଣ ସମ୍ପାଦିତ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ ଭାରତରେ ରୋଗୀମାନଙ୍କ ସେବାରେ ଅଗ୍ରଣୀ ସ୍ଥାନରେ ରହିଛି ଏବଂ ସ୍ୱାସ୍ଥ୍ୟ ସେବାରେ ଅଙ୍ଗ ପ୍ରତିରୋପଣ ବିପ୍ଳବର ମଧ୍ୟ ନେତୃତ୍ୱ ନେଉଛି । ଆପୋଲୋ ହସ୍ପିଟାଲ୍‌ସ ଗ୍ରୁପ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସଫଳତାର ସହ ୫୦୦ ଶିଶୁ ଯକୃତ ପ୍ରତିରୋପଣ ସମ୍ପାଦନ କରିଛି ।
ଆପୋଲୋ ପ୍ରତିରୋପଣ କାର୍ଯ୍ୟକ୍ରମ ହେଉଛି ବିଶ୍ୱର ସର୍ବବୃହତ ଓ ସବୁଠୁ ବ୍ୟାପକ ପ୍ରତିରୋପଣ କାର୍ଯ୍ୟକ୍ରମ ଯାହା ବ୍ୟାପକ ଉନ୍ନତ ସେବା ପ୍ରଦାନ କରୁଛି ଯେଉଁଥିରେ ସାମିଲ ରହିଛି ଯକୃତ ରୋଗର ପରିଚାଳନା, କିଡ୍‌ନି ରୋଗ ପରିଚାଳନା, ଯକୃତ ଓ କିଡ୍‌ନି ପ୍ରତିରୋପଣ, ହୃତପିଣ୍ଡ ଓ ଫୁସଫୁସ ପ୍ରତିରୋପଣ, ଇଟେଂଷ୍ଟିନାଲ୍‌, ପାନକ୍ରିଆସ (ଅଗ୍ନାଶୟ) ଓ ଜିଆଇ ପ୍ରତିରୋପଣ ସର୍ଜରି ଓ ଶିଶୁ ପ୍ରତିରୋପଣ ସେବା ।
୯୦% ସଫଳତା ହାର ସହ ଆପୋଲୋ ଯକୃତ ପ୍ରତିରୋପଣ କାର୍ଯ୍ୟକ୍ରମ ହେଉଛି ସାରା ଦୁନିଆର ରୋଗୀମାନଙ୍କ ଲାଗି ଗୁଣାତ୍ମକ ଓ ଆଶାର କୀରଣ ।
ଡକ୍ଟର ପ୍ରତୀପ ସି ରେଡ୍ଡି, ପ୍ରତିଷ୍ଠାତା ଅଧ୍ୟକ୍ଷ, ଆପୋଲୋ ହସ୍ପିଟାଲ୍‌ସ ଗ୍ରୁପ୍ କହିଛନ୍ତି ଯେ, “ଅଙ୍ଗ ପ୍ରତିରୋପଣରେ ଭାରତ ଦୁନିଆର ନେତୃତ୍ୱ ଭାବେ ଉଭା ହୋଇଛି । ଅଙ୍ଗ ପ୍ରତିରୋପଣ ହେଉଛି ମାନସିକତା ଦୟାର ଏକ ପ୍ରକୃତ କାର୍ଯ୍ୟ ଏବଂ ଏକ ଅସାଧାରଣ ମେଡିକାଲ ସଫଳତା । ବିଶ୍ୱ ଶ୍ରେଣୀର ଭିତିଭୂମି, ଉନ୍‌ନତ ପ୍ରଯୁକ୍ତି ଓ ଉତ୍କୃଷ୍ଟ ମେଡିକାଲ୍ ବିଶେଷତାକୁ ନେଇ ଦୁନିଆର ଅନ୍ୟତମ ଅଗ୍ରଣୀ ପ୍ରତିରୋପଣ କାର୍ଯ୍ୟକ୍ରମକୁ ସ୍ଥାପନ କରିଥିବାରୁ ଆପୋଲୋ ହସ୍ପିଟାଲ୍‌ସରେ ଆମେ ଗର୍ବିତ । ଆମ ରୋଗୀମାନଙ୍କୁ ଶ୍ରେଷ୍ଠ ସମ୍ଭବ ସେବା ଓ ଫଳ ପ୍ରଦାନ କରିବାକୁ ଓ ପ୍ରତିରୋପଣ କ୍ଷେତ୍ରରେ ମେଡିକାଲ୍ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଆଣିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଏହି ମାଇଲଖୁଂଟ ଶିଶୁ ଯକୃତ ପ୍ରତିରୋପଣରେ ଉନ୍ନତି ଆଣିବା ଓ ରୋଗୀଙ୍କୁ ଶ୍ରେଷ୍ଠ ସମ୍ଭବ ସେବା ପ୍ରଦାନ କରିବା ପାଇଁ ରହିଥିବା ଆମ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଦୁଇ ଦଶନ୍ଧି ମଧ୍ୟରେ ଏହି କାର୍ଯ୍ୟକ୍ରମ ଯାହା ହାସଲ କରିବାରେ ସଫଳ ହୋଇ ତାହାକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ । ଏକ ସମୟ ଥିଲା ଯେତେବେଳେ ଯକୃତ ରୋଗର ଶେଷ ପର୍ଯ୍ୟାୟରେ ଥିବା ପିଲାଙ୍କ ପାଇଁ କୌଣସି ସମ୍ଭାବନା ନଥିଲା ଏବଂ ଆମେ ଏବେ ଶିଶୁଙ୍କଠାରେ ୫୦୦ ଯକୃତ ପ୍ରତିରୋପଣ କରି ସେମାନଙ୍କ ଜୀବନରେ ରୂପାନ୍ତରଣ ଆଣିପାରିଛୁ ।’’
ଆପୋଲୋ ହସ୍ପିଟାଲସକୁ ବିଶ୍ୱର ୫୦ଟି ଦେଶରୁ ପ୍ରତିରୋପଣ ରୋଗୀ ଆସୁଛନ୍ତି । ରୋଗୀମାନେ ଭାରତରେ ସୁଲଭ ମୂଲ୍ୟରେ ଉତ୍କୃଷ୍ଟ ଫଳାଫଳ ସହ ଯକୃତ ପ୍ରତିରୋପଣ କରିପାରିବେ ।
ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍‌ସ ନୂଆଦିଲ୍ଲୀର ଗ୍ରୁପ୍ ମେଡିକାଲ ଡାଇରେକ୍ଟର ଏବଂ ବରିଷ୍ଠ ଶିଶୁ ଗ୍ୟାଷ୍ଟ୍ରୋଏଟେଂରୋଲୋଜିଷ୍ଟ୍ ଡକ୍ଟର ଅନୁପମ୍ ଶିବଲ କହିଛନ୍ତି ଯେ, “ଏଭଳି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟରେ ପହଂଚିପାରିଥିବାରୁ ଆମେ ଗର୍ବିତ ଏବଂ ସାହାଯ୍ୟ ଆବଶ୍ୟକ କରୁଥିବା ବହୁ ଶିଶୁ ଓ ସେମାନଙ୍କ ପରିବାରକୁ ସାହାଯ୍ୟ କରିପାରିବା ଆମ ପାଇଁ ସମ୍ମାନର ବିଷୟ । ବିଗତ ବର୍ଷଗୁଡ଼ିକରେ ବହୁ ଆହ୍ୱାନକୁ ଅତିକ୍ରମ କରାଯାଇଛି ଯେଭଳି ୪ କେଜି ଭଳି ଛୋଟ ଶିଶୁ ଠାରେ ପ୍ରତିରୋପଣ, ଯକୃତ କାମ କରୁନଥିବା ବ୍ୟତୀତ ଅନ୍ୟାନ୍ୟ ଜଟିଳ ମେଡିକାଲ୍ ସମସ୍ୟା ଥିବା ଶିଶୁ ଓ ପିଲାଙ୍କଠାରେ ପ୍ରତିରୋପଣ, ଯେତେବେଳେ ପରିବାରରେ ବ୍ଲଡ୍ ଗ୍ରୁପ୍ କମ୍ପାଟିବଲ୍ ଡୋନରଙ୍କ ଅଭାବ ଦେଖାଦେଇଥିଲା ସେଠାରେ ଏବିଓ ଇନକମ୍ପାଟିବଲ୍ ପ୍ରତିରୋପଣ ଇତ୍ୟାଦି । ଆମେ ବହୁତ ଖୁସି ଯେ ଆମର ୫୦୦ତମ ରୋଗୀ ଜଣେ ବାଳିକା ଶିଶୁ ଥିଲେ ଏବଂ ଏବେ ଆମର ପାଖାପାଖି ୪୫% ରୋଗୀ ହେଉଛନ୍ତି ବାଳିକା । ଆମ ରୋଗୀ ଏବଂ ସେମାନଙ୍କ ପରିବାରକୁ ଉଚ୍ଚ ସ୍ତରର ସେବା ପ୍ରଦାନ କରିବା ଲାଗି ଆମର ଡାକ୍ତର, ନର୍ସ ଓ ସପୋର୍ଟ ଷ୍ଟାପ୍‌ଙ୍କ ଉତ୍ସର୍ଗୀକୃତ ଟିମ୍ ଅକ୍ଳାନ୍ତ ଭାବେ କାର୍ଯ୍ୟ କରୁଛନ୍ତି । ଉତ୍କର୍ଷ ପାଇଁ ସେମାନଙ୍କ ସମର୍ପଣ ଭାବ, କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଆମ ପାଇଁ ଏହି ମାଇଲଖୁଂଟରେ ପହଂଚିବାକୁ ସହଜ କରିଛି । ୧୯୯୮ରେ ଭାରତରେ ଆମର ପ୍ରଥମ ସଫଳ ଯକୃତ ପ୍ରତିରୋପଣ ପରେ ଆପୋଲୋ ପ୍ରତିରୋପଣ କାର୍ଯ୍ୟକ୍ରମ ଭାରତରେ ଶିଶୁ ଓ ବୟସ୍କଙ୍କଠାରେ ୪୧୦୦ରୁ ଅଧିକ ପ୍ରତିରୋପଣ ସମ୍ପାଦିତ କରିଛି ।’’
ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍‌ସ ନୂଆଦିଲ୍ଲୀର ବରିଷ୍ଠ କନସଲଟାଂଟ୍‌, ଲିଭର ଟ୍ରାନ୍ସପ୍ଲାଂଟ୍ ଡକ୍ଟର ନିରବ ଗୋୟଲ କହିଛନ୍ତି ଯେ, “ଆମର ସ୍ୱତନ୍ତ୍ର କ୍ଷମତାର ଅଧିକାରୀ ସର୍ଜନ ଓ ଫିଜିସିଆନ୍‌, ଏକ ଭିତିଭୂମି ଯାହା ବିଶ୍ୱର ଶ୍ରେଷ୍ଠ ସହ ତୁଳନୀୟ ଏବଂ ସର୍ବୋପରି ଆମ ଉପରେ ରୋଗୀମାନଙ୍କ ରହିଥିବା ବିଶ୍ୱାସ ସମୟ ଗଡ଼ିବା ସହ ଆହୁରି ସମୃଦ୍ଧ ହୋଇପାରିଛି । ରକ୍ତ ପ୍ରସୀରା ୩-୪ ଏମ୍‌ଏମ୍ ଭଳି ଛୋଟ ଥିବା ଅବସ୍ଥାରେ ମଧ୍ୟ ଆମେ ରୋଗୀଙ୍କଠାରେ ସବୁଠୁ ଜଟିଳ ଯକୃତ ପ୍ରତିରୋପଣ କରିବାରେ ସଫଳ ହୋଇଛୁ । ଶିଶୁ ଯକୃତ ପ୍ରତିରୋପଣ ପାଇଁ ଏକ ବିବିଧ ଶୃଙ୍ଖଳାର ଟିମ୍ ଦରକାର ଏବଂ ସଫଳତା ସବୁ ଟିମ୍‌ର ସମନ୍ୱୟ ଉପରେ ନିର୍ଭରଶୀଳ । ଆପୋଲୋ ଯକୃତ ପ୍ରତିରୋପଣରେ ପ୍ରତିବର୍ଷ ପାଖାପାଖି ୫୦ ଶିଶୁ ଯକୃତ ପ୍ରତିରୋପଣ କରାଯାଉଛି ଏବଂ ଏଭଳି ସଂଖ୍ୟା ବିଶ୍ୱର କିଛି ହାତଗଣତି କେନ୍ଦ୍ର ହାସଲ କରିପାରିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

seven + eighteen =