ଲଗାଣ ବର୍ଷାରେ ବେହାଲ ଆନ୍ଧ୍ରପ୍ରଦେଶ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ବେହାଲ ହୋଇଛି ପୁରା ରାଜ୍ୟ । ଆନ୍ଧ୍ରପ୍ରଦେଶରେ ତିନିଟି ଜିଲ୍ଲା ରୟାଲାସିମା ଏବଂ ଦକ୍ଷିଣ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବର୍ଷା ଜନିତ ଘଟଣାରେ ରାଜ୍ୟରେ ଏଯାବତ୍ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। କଡପା ଜିଲ୍ଲାରେ ବାରଜଣ ଲୋକ ନିଖୋଜ ଅଛନ୍ତି । ବାୟୁସେନା, ଏସଡିଆରଏଫ୍ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ବନ୍ୟାରେ ଫସି ରହିଥିବା ଅନେକ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ମୋହନ ରେଡ୍ଡୀଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ରାଜ୍ୟକୁ ସମସ୍ତ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଏକ ବିଜ୍ଞପ୍ତିରେ କହିଛି ଯେ ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ଉପରେ ବିମାନ ଚଳାଚଳ କରିବ।
ନଦୀ ଓ କେନାଲ ଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଅନେକ ଜିଲ୍ଲାକୁ ବନ୍ୟା ପରିସ୍ଥିତି ବିପଦ ରହିଛି । ଅନେକ ଅଞ୍ଚଳରେ ରାସ୍ତା ଧୋଇ ହୋଇଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ରେନିଗୁଣ୍ଟା ଠାରେ ତିରୁପତି ଅନ୍ତର୍ଜାତୀୟ ବିମାନବନ୍ଦର ଶୁକ୍ରବାର ଦିନ ବିମାନ ଚଳାଚଳ ପାଇଁ ଖୋଲା ଯାଇଥିଲା, କିନ୍ତୁ ତିରୁମାଲା ପାହାଡକୁ ଯାଉଥିବା ଦୁଇଟି ଘାଟ ରାସ୍ତା ବନ୍ଦ ରହିଛି। ଆଲିପିରିରୁ ତିରୁମାଲା ପର୍ୟ୍ୟନ୍ତ ଟେରାସଡ୍ ରାସ୍ତାରେ ବଡ଼ ଧରଣର ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ଉପୁଜିଛି ।

Share

Leave a Reply

Your email address will not be published. Required fields are marked *

fifteen − 12 =