ପ୍ରମୋଦଙ୍କୁ ମିଳିବ ଖେଳରତ୍ନ!

ନୂଆଦିଲ୍ଲୀ: ଓଡ଼ିଶବାସୀଙ୍କ ଲାଗି ଖୁସି ଖବର । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମର୍ୟ୍ୟାଦାଜନକ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ପାଇଁ ପାରାଲିମ୍ପିକ କମିଟି ଅଫ୍ ଇଣ୍ଡିଆ (ପିସିଆଇ) ଟୋକିଓ ଅଲିମ୍ପିକ୍ସ ସ୍ଵର୍ଣ୍ଣପଦକ ବିଜୟୀ ପାରା ବ୍ୟାଡ଼ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କ ସହ ସୁଟର ମନୀଷ ନରୱାଲ, ହାଇଜମ୍ପର ଶରଦ କୁମାର, ଜାଭେଲିନ ଥ୍ରୋଅର ସୁନ୍ଦର ସିଂହ ଗୁର୍ଜରଙ୍କ ନାମ ସୁପାରିସ କରିଛି । ପିସିଆଇ ମଧ୍ୟ ଜାଭେଲିନ ଥ୍ରୋୟର ସୁମିତ ଆନ୍ତଲ ଓ ସୁଟର ଅଭନି ଲେଖାରଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି ।
ପିସିଆଇ ସଭାପତି ଦୀପା ମଲିକ କହିଛନ୍ତି, ପ୍ରମୋଦ, ମନୀଷ, ଶରଦ ଓ ସୁନ୍ଦର ଏହି ପୁରସ୍କାର ଜିତିଲେ ସେମାନଙ୍କୁ ୨୦୨୪ ପ୍ୟାରିସ କ୍ରୀଡ଼ାରେ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ। ଆମ ଖେଳାଳି ଟୋକିଓ ପାରାଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଛନ୍ତି ଓ ଆମେ ସେମାନଙ୍କ ପାଇଁ ଗର୍ବିତ ଜ୍ଝ

 

Share

Leave a Reply

Your email address will not be published. Required fields are marked *

one × four =