ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ବର()   ଜୁଲାଇ ୨୦ରେ ହେବ ପାଟକୁରା ନିର୍ବାଚନ । ଜୁଲାଇ ୨୪ରେ ଭୋଟ୍ ଗଣତି ହେବ। ନିର୍ବାଚନ କମିଶନ ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି । ୨୬ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଫଳରେ ଆଜିଠାରୁ ହିଁ କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନ ଅଚରଣ ବିଧି ଲାଗୁ ହୋଇଛି ।

ସାଧାରଣ ନିର୍ବାଚନ ସମୟରେ ଚତୁର୍ଥ ପର୍ୟ୍ୟାୟରେ ଅର୍ଥାତ୍ ଏପ୍ରିଲ ୨୯ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା । ତେବେ ଏପ୍ରିଲ ୨୦ତାରିଖରେ ବିଜୁ ଜନତା ଦଳର ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ହୋଇଥିଲା । ସାଧାରଣ ନିର୍ବାଚନର ଶେଷ ପର୍ୟ୍ୟାୟରେ ଅର୍ଥାତ୍ ମେ ୧୯ତାରିଖରେ ଏଠାରେ ନିର୍ବାଚନ ପାଇଁ ତାରିଖ ଧାର୍ୟ୍ୟ ହୋଇଥିଲା । ତେବେ ବାତ୍ୟା ଫୋନିକୁ ଦୃଷ୍ଟିରେ ରଥି ନିର୍ବାଚନ ତାରିଖ ବଦଳାଇବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ କମିଶନକଙ୍କୁ ଅନୁରୋଧ କରିଥିଲେ । ଫଳରେ ନିର୍ବାଚନ କମିଶନ ପୁଣି ପାଟକୁରା ନିର୍ବାଚନକୁ ସ୍ଥଗିତ ରଖିଥିଲେ ।

Share

Leave a Reply

Your email address will not be published. Required fields are marked *

7 − two =