ଶୁଆ କରୁଛି ବିଶ୍ବକପ୍ ଭବିଷ୍ୟବାଣୀ

ଏକ ଶୁଆର “ଓଲିଭିଆ’ । ଧୂସର ରଙ୍ଗର ଏହି ଶୁଆଟିର ବାସସ୍ଥଳ ହେଉଛି ଟୋକିଓ ସହରର ଉତ୍ତରାଞ୍ଚଳ ଅନ୍ତର୍ଗତ ତୋଚିଗିସ୍ଥିତ ନାସୁ ଆନିମଲ କିଙ୍ଗଡମରେ । ବିଗତ କିଛିବର୍ଷ ହେଲା ବହୁ ପଶୁପକ୍ଷୀ ବିଭିନ୍ନ ପ୍ରସଙ୍ଗରେ ଭବିଷ୍ୟବାଣୀ କରିଆସୁଛନ୍ତି । “ଓଲିଭିଆ’ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଏକ ରିପୋର୍ଟ ଅନୁସାରେ ଶୁଆଟିର ନିକଟରେ ତିନୋଟି କ୍ଷୁଦ୍ର ପତାକା ରଖାଯାଇଥିଲା । ଜାପାନ ଓ କଲମ୍ବିଆ ଜାତୀୟ ପତାକା ବ୍ୟତୀତ ଅନ୍ୟ ଏକ ପତାକା ରଖାଯାଇଥିଲା । ଏହା ଡ୍ର’କୁ ଚିହ୍ନିତ କରିବ । “ଓଲିଭିଆ’ ପ୍ରଥମେ ତୃତୀୟ ପତାକା ନିକଟରେ କିଛି ସମୟ ଅଟକିଥିଲା ଏବଂ ପରେ କଲମ୍ବିଆ ପତାକାଟିକୁ ଥଣ୍ଟରେ ଉଠାଇ ଚିଡ଼ିଆଖାନାର ତତ୍ତ୍ବାବଧାରକ ନୋଜୋମି ଓଇକାୱାଙ୍କୁ ଦେଇଥିଲା । କହିଛନ୍ତି ଓଲିଭିଆ ସମ୍ଭବତଃ ଏଥର ଭୁଲ ପତାକା ଉଠାଇଛି । କାରଣ ଶୁଆଟି ନିଷ୍ପତ୍ତି ନେବାପୂର୍ବରୁ କିଛି ସମୟ ଦ୍ବନ୍ଦ୍ବରେ ଏପଟ ସେପଟ ହୋଇଥିଲା । ଜାପାନ-କଲମ୍ବିଆ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇପାରେ ବୋଲି ସୂଚନା ମିଳୁଛି । ୧୩ ବର୍ଷ ବୟସର ଏହି ପକ୍ଷୀ ୨୦୧୫ ମହିଳା ବିଶ୍ବକପ୍ ବେଳେ ଭବିଷ୍ୟବାଣୀ କରିଥିଲା । ୭ଟି ମ୍ୟାଚର ଫଳାଫଳ ଉପରେ ଭବିଷ୍ୟବାଣୀ କରିଥିଲା । ତନ୍ମଧ୍ୟରୁ ୬ଟି ସତ୍ୟରେ ପରିଣତ ହୋଇଥିଲା ।

ଏଠାରୁ ପ୍ରାୟ ୯,୦୦୦ ମାଇଲ (୧୪,୦୦୦ କିଲୋମିଟର) ଦୂର ମେଡିଲିନ ସ୍ଥିତ ସାନ୍ତା ଫି ଚିଡ଼ିଆଖାନାର ଦୁଇଟି ସିଂହ ମଧ୍ୟ ଓଲିଭିଆ ଭଳି କଲମ୍ବିଆ ବିଜୟ ସପକ୍ଷରେ କହିଛନ୍ତି । ସିଂହ ଦୁଇଟି ସମ୍ମୁଖରେ କଲମ୍ବିଆ ଓ ଜାପାନ ଜାତୀୟ ପତାକା ଚିତ୍ରିତ ଦୁଇଟି କ୍ଷୁଦ୍ର ବାକ୍ସ ରଖାଯାଇଥିଲା । ସେମାନଙ୍କୁ ତନ୍ମଧ୍ୟରୁ ଗୋଟିଏ ବାକ୍ସ ଟାଣିବା ଲାଗି ସଙ୍କେତ ଦିଆଯାଇଥିଲା ।

ଏଥର ବିଶ୍ବକପ୍ ମ୍ୟାଚର ଫଳାଫଳ ଉପରେ ଭବିଷ୍ୟବାଣୀ କରି ରୁଷିଆର ଆଚିଲ୍ସ ନାମଧାରୀ ଏକ ବିଲେଇ ଚର୍ଚ୍ଚାର ପରିସରକୁ ଆସିଛିୟ ଏହି ବିଲେଇଟି ସେଣ୍ଟପିଟର୍ସବର୍ଗର ହର୍ମିଟେଜ ମ୍ୟୁଜିୟମରେ ଅବସ୍ଥାନ କରୁଛି ।ବିଶ୍ବକପରର ଓପନିଂ ମ୍ୟାଚରେ ଆୟୋଜକ ଦେଶ ସାଉଦୀ ଆରବକୁ ପରାସ୍ତ କରିବ ବୋଲି ଆଚିଲିସ କରିଥିବା ଭବିଷ୍ୟବାଣୀ ସତ୍ୟରେ ପରିଣତ ହୋଇଥିଲା ।

ଜର୍ମାନୀର ପଲ୍ ନାମଧାରୀ ଅକ୍ଟୋପସର ଭବିଷ୍ୟବାଣୀ ଶତପ୍ରତିଶତ ସତ୍ୟରେ ପରିଣତ ହୋଇଥିଲା । ୨୦୧୦ ବିଶ୍ବକପ୍ର ୭ଟି ମ୍ୟାଚର ଭବିଷ୍ୟବାଣୀ ସତ୍ୟରେ ପରିଣତ ହୋଇଥିଲା । ଏପରିକି ସ୍ପେନ ଟାଇଟଲ ଜିତିବ ବୋଲି ପଲ୍ ସୂଚନା ଦେଇଥିଲା ।

Share

Leave a Reply

Your email address will not be published. Required fields are marked *

one × four =