ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ମତଦାନ

ସରିଲା ପ୍ରଚାର, ଆସନ୍ତାକାଲି ଦ୍ୱିତୀୟ ପର୍ୟ୍ୟାୟ ମତଦାନ । ୫ଟି ଲୋକସଭା ଆସନ ଓ ୩୫ବିଧାନସଭା ଆସନ ପାଇଁ ହେବ ଭୋଟିଂ । ୫ ସଂସଦୀୟ କ୍ଷେତ୍ର ପାଇଁ ମଇଦାନରେ ଅଛନ୍ତି ୩୫ ସାଂସଦ ପ୍ରାର୍ଥୀ। ସେହିପରି ୩୫ ଟି ବିଧାନସଭା ଆସନ ପାଇଁ ଓ ୨୪୪ ବିଧାୟକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏଥର ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ପାଇଁ ଇଭିଏମ ଓ ଭିଭିପାଟ ବ୍ୟବହାର କରାଯାଉଛି । ଏଥିପାଇଁ ବିଭିନ୍ନ ବୁଥକୁ ପ୍ରିଜାଇଡିଂ, ପୋଲିଂ ଅଫିସର ଓ ଅନ୍ୟ କର୍ମଚାରୀଙ୍କୁ ପଠାଯାଉଛି । କଡ଼ା ସୁରକ୍ଷା ମଧ୍ୟରେ ଆବଶ୍ୟକ ସରଞ୍ଜାମ ସହ ପୋଲିଂ ପାର୍ଟିଗୁଡ଼ିକ ମତଦାନ କେନ୍ଦ୍ରକୁ ଯାଉଛନ୍ତି । ସେହିପରି ଆସନ୍ତାକାଲି ଦୁଇଟି ସ୍ଥାନରେ ହେବ ସାନି ମତଦାନ । ବ୍ରହ୍ମପୁରର ସିଟି ହାଇସ୍କୁଲ ୬୩ନଂ ବୁଥ୍‌ ଏବଂ ମାଲକାନଗିରି ଜିଲ୍ଲାର ଗଚଠ-୬୫ ଗାଁ ବୁଥ୍‌ ନଂ ୨୫୪ରେ ଭୋଟଗ୍ରହଣ ହେବ । ମାଲକାନଗିରିରେ ସକାଳ ୭ଟାରୁ ଅପରାହ୍ନ ୪ଟା ଏବଂ ବ୍ରହ୍ମପୁରରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ମତଦାନ ନିଆଯିବ ।

Share

Leave a Reply

Your email address will not be published. Required fields are marked *

3 × 1 =