ତିହାର ଜେଲକୁ ଚିଦାମ୍ବରମଙ୍କ ନାଁ

ଆଜି ସୁପ୍ରିମକୋର୍ଟ ଚିଦାମ୍ବରମ ଦିଲ୍ଲୀ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଖାରଜ ସମ୍ପର୍କିତ ଶୁଣାଣି କରିଥିଲେ। ଏହି ସମୟରେ ଚିଦାମ୍ବରମ ତିହାର ଜେଲ୍ ଯିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ। ବୟସ ୭୪ ହୋଇଥିବାରୁ ତାଙ୍କୁ ଜେଲ୍ ପରିବର୍ତ୍ତେ ଗୃହବନ୍ଦୀ କରି ରଖାଯାଉ ବୋଲି ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ସାଂସଦ ପି ଚିଦାମ୍ବରମଙ୍କୁ ଆଜି ଜେଲ ଯିବାରୁ ରକ୍ଷା କରିଛନ୍ତି ସୁପ୍ରିମକୋର୍ଟ। ତାଙ୍କ ବୟସ ୭୪ ବର୍ଷ ହୋଇଯାଇଥିବାରୁ ସୁପ୍ରିମକୋର୍ଟ ତାଙ୍କୁ ଗୁରୁବାର ଯାଏ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ ଅଦାଲତ ଚିଦାମ୍ବରମଙ୍କୁ ଆଉ ଗୋଟିଏ ଦିନ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। ଆଜି ଏଠାରେ ସେ ଜାମିନ ପାଇଁ ଆବେଦନ କରିଥିଲେ ହେଁ କୋର୍ଟ ଆସନ୍ତାକାଲି ଅପରାହ୍ଣ ୩.୩୦ରେ ଏହାର ଶୁଣାଣି କରିବେ ବୋଲି କହିଛନ୍ତି।

ଆଜି ସୁପ୍ରିମକୋର୍ଟରେ ଚିଦାମ୍ବରମଙ୍କ ଓକିଲ କପିଲ ଶିବଲ କହିଥିଲେ, “କୋର୍ଟ ଚିଦାମ୍ବରମଙ୍କ କିଛି ସୁରକ୍ଷା ଯୋଗାଇ ଦେବାକଥା। ତାଙ୍କ ବୟସ ୭୪ ହେଲାଣି। ତିହାର ଜେଲ ପଠାଇବା ପରିବର୍ତ୍ତେ ତାଙ୍କୁ ଗୃହବନ୍ଦୀ କରି ରଖାଯାଉ।” ବର୍ତ୍ତମାନ ସିବିଆଇ ରିମାଣ୍ଡରେ ଥିବା ଚିଦାମ୍ବରମ ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟର ଗ୍ରାଉଣ୍ଡ ଫ୍ଲୋରରେ ରାତି କାଟୁଛନ୍ତି। ଯଦି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଏ, ତା’ହେଲେ ତାଙ୍କୁ ତିହାର ଜେଲ ଯିବାକୁ ପଡ଼ିବ।

Share

Leave a Reply

Your email address will not be published. Required fields are marked *

seventeen − 11 =