Friday, October 30, 2026
Latestଜାତୀୟ

ସୋସିଆଲ ମିଡିଆରେ ଘୂରି ବୁଲୁଛି ନେତାଙ୍କ ଭିଡିଓ

ନିଶାସକ୍ତ ଅବସ୍ଥାରେ ଅର୍ଧନଗ୍ନ ଯୁବତୀଙ୍କ ସହ ନେତାଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଅନୁସାରେ ଯୁବତୀଙ୍କ ସହ ଯେଉଁ ବ୍ୟକ୍ତି ନିଶାସେବନ କରୁଛନ୍ତି ସେ ହେଉଛନ୍ତି ଜେଡିୟୁର ଜଣେ ବ୍ଲକ ସ୍ତରୀୟ ନେତା । ବିହାରର ବୈଶାଳୀ ଜିଲ୍ଲାର ଜେଡିୟୁ ଦଳର ସେ ହେଉଛନ୍ତି ବ୍ଲକ୍ ଅଧ୍ୟକ୍ଷ। ତାଙ୍କ ନାଁ ଅଂସାର ଆଲମ ବୋଲି ଜଣାପଡିଛି।

ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଭିଡିଓ ସଂପର୍କରେ ଆଲମଙ୍କୁ ପଚାରିବାରୁ ଏହି ଭିଡିଓ ତାଙ୍କର ନୁହେଁ ବୋଲି ସେ କହିଛନ୍ତି। ତାଙ୍କୁ ବଦନାମ କରିବା ପାଇଁ ଏହିଭଳି ଷଡ଼ଯନ୍ତ୍ର ରଚାଯାଇଛି ବୋଲି ସେ କହିଥିଲେ। ଭିଡିଓରେ ଥିବା ଯୁବତୀଙ୍କ ସେ ଜାଣି ନାହାଁନ୍ତି ବୋଲି ରୋକଠୋକ ମନା କରିଦେଇଥିଲେ। ଏପର୍ୟନ୍ତୁ ଦଳ ପକ୍ଷରୁ କୌଣସ ପ୍ରତିକ୍ରିୟା ଅସ୍ତଗତ ହୋଇନାହିଁ ବୋଲି ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

ten − 5 =