ନିର୍ମଳା ସୀତାରମଣଙ୍କ ପ୍ରେସମିଟ : କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ୧୦ ହଜାର

ନୂଆଦିଲ୍ଲୀ()   କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପକ୍ଷରୁ ଆଜି ଏକ ପ୍ରେସମିଟ କରାଯାଇଛି । ଜିଏସଟି ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହା ସହିତ ଏହି ଅର୍ଥରାଶିକୁ ବିନା ସୁଧରେ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ରୁପେ କାର୍ଡ ଜରିଆରେ ଏହି ଅର୍ଥ ମିଳିବ ଏବଂ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଏହି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ବୋଲି ଜଣାପଡିଛି । ପୂଜା ପୂର୍ବରୁ ରୁପେ କାର୍ଡ ଜରିଆରେ ଏହି ଅର୍ଥରାଶି ପ୍ରଦାନ କରାଯିବ । ସ୍ୱତନ୍ତ୍ର ପୂଜା ଆଡଭାନ୍ସ ଯୋଜନା ନିମନ୍ତେ ରାଜ୍ୟ ମାନଙ୍କ ପାଇଁ ୧୨ ହଜାର କୋଟିର ସୁଧ ବ୍ୟବସ୍ଥା କରାଯାଇଛି । । ଆସନ୍ତା ୫୦ ବର୍ଷ ପାଇଁ ଏହି ଅର୍ଥରାଶି ବିନା ସୁଧରେ ପ୍ରଦାନ କରାଯିବ । ନର୍ଥଇଷ୍ଟ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ପାଇଁ ୨୫୦୦ କୋଟିର ବ୍ୟବସ୍ଥା କରାଯାଇଥିବା ଅନ୍ୟାନ୍ୟ ରାଜ୍ୟ ମାନଙ୍କ ପାଇଁ ୭୫୦୦ କୋଟି ଏବଂ କେନ୍ଦ୍ର ସରକାରଙ୍କ ନିୟମ ମାନିଥିବା ରାଜ୍ୟ ମାନଙ୍କ ପାଇଁ ୨ ହଜାର କୋଟିର ବ୍ୟବସ୍ଥା ରହିଛି । ଏହି ଅର୍ଥ କର୍ମଚାରୀଙ୍କୁ ପ୍ରଦାନ କରାଯିବ ଏବଂ ୧୦ଟି କିସ୍ତିରେ ଏହି ଅର୍ଥ ଫେରସ୍ତ କରାଯିବ ।

ପ୍ରାୟ ୨୮ ହଜାର କୋଟିର ଏଲଟିସିି ଭାଉଚର ପ୍ରଦାନ କରାଯିବ । ଏହି ଏଲଟିସିି ଭାଉଚରରେ କେବଳ ଡିଜିଟାଲ ଦେଣନେଣ କରାଯାଇପାରିବ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ୫୬୭୫ କୋଟିର ଏଲଟିସିି ଭାଉଚର ରହିଥିବା ବେଳେ ପିଏସବି ଏବଂ ପିଏସୟୁ ଗୁଡିକ ନିମନ୍ତେ ୧୯୦୦ କୋଟିର ଏଲଟିସିି ଭାଉଚରର ବ୍ୟବସ୍ଥା ରହିଛି । ଏହି ଘୋଷଣା ପରେ ଆଜି ୪ଟା ବେଳେ ଜିଏସଟି କମିଶନ ବୈଠକରେ ଅଧ୍ୟକ୍ଷତା କରିବେ ନିର୍ମଳା ।

Share

Leave a Reply

Your email address will not be published. Required fields are marked *

three × one =