ନିର୍ଭୟା ଦୋଷୀମାନଙ୍କୁ ଭେଟିବା ପାଇଁ ପରିବାରବର୍ଗଙ୍କୁ ଚିଠି

ନୂଆଦିଲ୍ଲୀ () ୨୦୨୦ ମସିହା ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିବା ନିମନ୍ତେ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ତିହାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । ସମସ୍ତଙ୍କ ନଜର ଏବେ ଫେବୃଆରୀ ପହିଲା ଉପରେ ଅଛି । ତେବେ ଫାଶୀ ପୂର୍ବରୁ ଦୋଷୀଙ୍କ ପରିବାରକୁ ଶେଷ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ଏଥିରେ ଶେଷଥର ପାଇ ଭେଟିବାକୁ କୁହାଯାଇଛି । ସେପଟେ ତିହାର ଜେଲରେ ବନ୍ଦୀ ଥିବା ନିର୍ଭୟା ଦୋଷୀଙ୍କ ଫାଶୀ ଦେବା ପାଇଁ ଡେଥ୍ ୱାରେଂଟ ଜାରି ହୋଇସାରିଛି ।

ସୂଚନାଯୋଗ୍ୟ ଚାରି ଅଭିଯୁକ୍ତ ବର୍ଷିୟ ବିନୟ ଶର୍ମା, ଅକ୍ଷୟ କୁମାର ସିଂହ, ମୁକେଶ କୁମାର ସିଂହ ଏବଂ ପବନ ଗୁପ୍ତାଙ୍କୁ ଜେଲ୍ ନମ୍ବର ୩ର ପୃଥକ୍ ପୃଥକ୍ ସେଲରେ ରଖାଯାଇଛି । ଡେଥ୍ ୱାରେଣ୍ଟ ଜାରି ହେବା ପରଠାରୁ ନିର୍ଭୟା ଦୋଷୀମାନେ ଖୁବ୍ ଚିନ୍ତାରେ ଅଛନ୍ତି ବୋଲି ସୂଚନା ମିଳିଛି । ସେମାନେ ଖାଇବା ପିଇବା କମାଇଦେଲେଣି ।

Share

Leave a Reply

Your email address will not be published. Required fields are marked *

1 × five =