Friday, October 30, 2026
Latestଜାତୀୟ

ବିବାହ ଉତ୍ସବରେ ବ୍ୟାଣ୍ଡ ବାଜାକୁ ଅନୁମତି

ବିବାହ ଉତ୍ସବ ରେ ଏବେ 150 ଲୋକ ଯୋଗ ଦେଇ ପାରିବେ ଏହା ସହ ବ୍ୟାଣ୍ଡ ବାଜା କୁ ମଧ୍ୟ ଅନୁମତି ଦେଇଛି ପାଟନା ଜିଲ୍ଲା ପ୍ରଶାସନ। ଏହା ପୂର୍ବରୁ ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା(ଏସଓପି) ନିର୍ଦ୍ଧାରିତ କରିଥିଲେ। ଏହା ଅନୁସାରେ ରାସ୍ତାରେ ବ୍ୟାଣ୍ଡ  ବାଜା ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଉପରେ ରୋକ୍ ଲଗାଯାଇଥିଲା। ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଉପସ୍ଥିତ ହୋଇ ପାରିବେ ବୋଲି ଗାଇଡ୍‌ଲାଇନ୍‌ ଜାରି ହୋଇଥିଲା।
ଏବେ ଏହି ନିୟମ ରେ ପରିବର୍ତନ କର ଯାଇଛି । ବିବାହ ରେ 150 ଜଣ ଓ ଶ୍ରାଦ୍ଧ କର୍ମ ରେ 25 ଜଣ ଯୋଗ ଦେଇ ପାରିବେ ।ମାତ୍ର ସମସ୍ତେ ସାମାଜିକ ଦୂରତା ଓ ଅନ୍ୟାନ କୋଭିଡି ଗାଇଡଲାଇନ କୁ ମାନି ବାକୁ ବାଧ୍ୟ ।

Share

Leave a Reply

Your email address will not be published. Required fields are marked *

eight − 7 =