ଜାଣନ୍ତୁ ହନୁମାନଙ୍କ ସିନ୍ଦୁର ବେଶ ପଛର ଆଶ୍ଚର୍ଯ୍ୟଜନକ ରହସ୍ୟ

ଭାଗବାନ ରାମ ଯେବେ ରାବଣକୁ ବଧ କରି ଅଯୋଧ୍ୟା ଫେରିଥିଲେ ସେତେବେଳେ ହନୁମାନ ତାଙ୍କ ସହ ଆସିଥିଲେ । ହନୁମାନ ରାମଙ୍କ ପରମ ଭକ୍ତ ଥିଲେ ତେଣୁ ସେ ତାଙ୍କ ସେବା କରିବାରେ ଅବହେଳା କରିବାକୁ ଚାହୁଁନଥିଲେ । ସେଦିନ ମଙ୍ଗଳବାର ହୋଇଥାଏ । ଶ୍ରୀରାମଙ୍କ ସଭାରେ ହନୁମାନ ସିନ୍ଦୁର ବୋଳି ହୋଇ ଆସିଥିଲେ । ହନୁମାନ ଏମିତି ସିନ୍ଦୁର ବୋଳି ହୋଇ ଆସିଥିଲେ କି ଉପସ୍ଥିତ ଲୋକମାନେ ଆଶ୍ଚର୍ୟ୍ୟ ହୋଇଗଲେ । ପ୍ରଭୁ ଶ୍ରୀରାମ ଆସି ତାଙ୍କୁ ପଚାରିଲେ କି ତୁମେ କାହିଁକି ଦେହରେ ସିନ୍ଦୁର ବୋଳି ହୋଇଛ ।

ହନୁମାନ ଉତ୍ତରରେ କହିଥିଲେ, ମୁଁ ମାତା ସୀତାଙ୍କ ପାଖକୁ ପ୍ରସାଦ ମାଗିବାକୁ ଯାଇଥିଲେ । ସେଠି ଦେଖିଲେ ମାତା ସୀତା ଲଗେଇ ହେଉଥିବା ସିନ୍ଦୂର ଡବା ଖୋଲୁନଥିଲା । ମୁଁ ମାତା ସୀତାଙ୍କୁ ସିନ୍ଦୁର ଡବା ନ ଖୋଲିବା ଏବଂ ସେ ଏତେ ବ୍ୟସ୍ତ ହୋଇଯିବାର କାରଣ ପଚାରିଲି । ସେ କହିଲେ ସିନ୍ଦୂର ହେଉଛି ସ୍ତ୍ରୀ ଲୋକଙ୍କ ଭୂଷଣ ତାଙ୍କ ସ୍ୱାମୀଙ୍କ ମଙ୍ଗଳ ପାଇଁ ଏବଂ ଆୟୁଷ ବୃଦ୍ଧି ପାଇଁ ସିନ୍ଦୂର ଲଗାଯାଏ । ତେଣୁ ମୁଁ ତୁମ ପ୍ରଭୁଙ୍କ ଦ୍ରିଘାଉ ଏବଂ ତାଙ୍କୁ ପ୍ରସନ୍ନ କରିବା ପାଇଁ ସିନ୍ଦୂର ଲଗାଉଛି ।

ମାତା ସୀତା ଜଣେ ପତ୍ନୀ ଭାବେ ଏ କଥା କହିଥିଲେ. କିନ୍ତୁ ହନୁମାନ ତାକୁ ଓଲଟା ବୁଝିଥିଲେ । ପ୍ରଭୁଙ୍କ ପ୍ରତି ତାଙ୍କର ଏତେ ଭକ୍ତି ଥିଲା ଯେ ସେ ପ୍ରଭୁଙ୍କର ଦ୍ରୀଘାଉ ପାଇଁ ତାଙ୍କ ଶରୀର ସାରା ସିନ୍ଦୂର ବୋଳି ଦେଲେ । ଏହା ଦେଖି ରାମଚନ୍ଦ୍ର ପଚାରିଲେ ଯେ ସୀତା ତ ନିଜ ମଥାରେ ସିନ୍ଦୁର ଲାଗେଇଥାନ୍ତି ହେଲେ ତମେ ଦେହ ସାରା କଣ ପାଇଁ ବୋଳି ହେଇଛ । ପ୍ରଶ୍ନର ଉତ୍ତରରେ ହନୁମାନ କହିଥିଲେ -ମୁଁ ଭାବିଲି ମାତା ସୀତା ଙ୍କ ଅଳ୍ପ ସିନ୍ଦୁର ଲଗେଇବା ଦ୍ଵାର ଯଦି ତୁମେ ଦୀର୍ଘାୟୁ ହେବ ମୁଁ ଦେହ ସାରା ଲଗେଇଲେ ତ ଆପଣ ଚିରଞ୍ଜିବି ହୋଇଯିବେ ।

ଏକଥା ଶୁଣି ଶ୍ରୀରାମ କହିଲେ ତୁମର ଏହି ପ୍ରକାର ଭକ୍ତି ମୋତେ ବହୁତ୍ ଆନନ୍ଦ ଦେଇ ଥାଏ । ତୁମେ ମଙ୍ଗଳବାର ଦିନ ମୋର ମଙ୍ଗଳ କାମନା କରୁଥିବାରୁ ମୁଁ ତୁମକୁ ବଚନ ଦେଉଛି ତୁମର ସିନ୍ଦୁର ବେଶ କୁ ଯେଉଁ ଭକ୍ତ ମଙ୍ଗଳବାର ଦର୍ଶନ କରିବେ ଏବଂ ତୁମ ପୂଜାରେ ଯିଏ ସିନ୍ଦୁର ଅର୍ପଣ କରିବେ ମୁଁ ତାଙ୍କ ଉପରେ କୃପା କରିବି ।

Share

Leave a Reply

Your email address will not be published. Required fields are marked *

four × 2 =