Business

କ୍ରୋମା ପକ୍ଷରୁ ବ୍ଲକବଷ୍ଟର ଅଫର ସହ ୧,୨୪,୯୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଆଇଫୋନ ୧୮ ପ୍ରୋ ଉପଲବ୍ଧ

ଟାଟା ଗ୍ରୁପର ଅଂଶ ତଥା ଦେଶର ଅଗ୍ରଣୀ ଓମନି-ଚ୍ୟାନେଲ ଇଲେକ୍ଟ୍ରୋନିକ ରିଟେଲର କ୍ରୋମା ପକ୍ଷରୁ ଆଇଫୋନ ୧୮ ପ୍ରୋ ଉତ୍ପାଦ ସମେତ ଆପଲ ୱାଚ ଓ ଏୟାରପଡ୍ସ ଉପରେ ଶୁଭାରମ୍ଭ ଅଫର ଘୋଷଣା କରାଯାଇଛି। ଦେଶବ୍ୟାପୀ କ୍ରୋମା ଷ୍ଟୋର, କ୍ରୋମା ଡଟ କମ, ଟାଟା ନିଉ ଆପ ଓ ବିଗ ବାସ୍କେଟରେ ଉପଲବ୍ଧ ହୋଇଥିବାରୁ ଗ୍ରାହକମାନେ ଏକ୍ସଚେଂଜ ଲାଭ ଓ ଏଚଡିଏଫସି ଟାଟା ନିଉ କାର୍ଡରେ ୧୦ ପ୍ରତିଶତ ସଂଚୟ ସହିତ ଅର୍ଥପୂର୍ଣ୍ଣ ସଂଚୟର ସୁଯୋଗ ପାଇପାରିବେ।
ଷ୍ଟୋରରେ ଉପଲବ୍ଧ ଆଇଫୋନ ୧୮ ପ୍ରୋର ୨୫୬ ଜିବିର ମୂଲ୍ୟ ୧,୨୪,୯୯୦ ଟଙ୍କା ରହିଛି। ଏହା ଉପରେ ସ୍ୱତନ୍ତ୍ର କ୍ରେଡିଟ କାର୍ଡରେ ୭୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ କ୍ୟାସବ୍ୟାକ, ପୁରୁଣା ଆଇଫୋନ ୧୪ର ୧୨୮ ଜିବି ଫୋନ ଏକ୍ସଚେଂଜ ଉପରେ ୨୪,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଓ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ ମିଳିବ। ସେହିପରି ଆଇଫୋନ ୧୮ ପ୍ରୋ ମ୍ୟାକ୍ସ ୨୫୬ ଜିବିର ମୂଲ୍ୟ ୧,୩୯,୯୦୦ ଟଙ୍କା ରହିଛି। ଏହା ଉପରେ ସ୍ୱତନ୍ତ୍ର କ୍ରେଡିଟ କାର୍ଡରେ ୭୦୦୦ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ କ୍ୟାସବ୍ୟାକ, ପୁରୁଣା ଆଇଫୋନ ୧୪ର ୧୨୮ ଜିବି ଫୋନ ଏକ୍ସଚେଂଜ ଉପରେ ୨୪,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଓ ୧୨,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ ବୋନସ ମିଳିବ।
ଟାଟା ନିଉ କ୍ରେଡିଟ କାର୍ଡଧାରୀମାନଙ୍କ ପାଇଁ କ୍ରୋମା ଆପଲ ୱାଚ ଓ ଏୟାରପଡ୍ସ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂଚୟ ପ୍ରଦାନ କରୁଛି। ୧୪,୯୦୦ ଟଙ୍କାର ଏୟାରପଡ୍ସ ୫ ୧୩,୪୧୦ ଟଙ୍କାରେ ଉପଲବ୍ଧ ହୋଇଛି। ସେହିପରି ୫୬,୯୦୦ ଟଙ୍କାର ଆପଲ ୱାଚ ସିରିଜ ୧୨ର ଦାମ ୫୧,୨୧୦ ଟଙ୍କା ଓ ୧,୦୯,୯୦୦ ଟଙ୍କାର ଆପଲ ୱାଚ ଅଲଟ୍ରା ୪ର ଦାମ ୯୮,୯୧୦ ଟଙ୍କା ରହିଛି।
ସମ୍ପୂର୍ଣ୍ଣ ନୂଆ ଆପଲ ଆଇଫୋନ ୧୮ ପ୍ରୋ ସିରିଜ ଉପଲବ୍ଧ ହୋଇଥିବାରୁ କ୍ରୋମା ପକ୍ଷରୁ ପୁରୁଣା ଆଇଫୋନ ମଡେଲ ପାଇଁ ଏକ୍ସଚେଂଜ ସୁବିଧା ପ୍ରଦାନ କରାଯାଇଛି। ଆଇଫୋନ ୧୫, ଆଇଫୋନ ୧୬ କିମ୍ବା ଆଇଫୋନ ୧୭କୁ ଏକ୍ସଚେଂଜ କଲେ ଡିଭାଇସର ସ୍ଥିତି ଅନୁସାରେ ୩୦ ହଜାର ଟଙ୍କାରୁ ଅଧିକ ଏକ୍ସଚେଂଜ ମୂଲ୍ୟ ଓ ୧୨ ହଜାର ଟଙ୍କା ପର୍ଯ୍ୟନ୍ତର ଏକ୍ସଚେଂଜ ଲାଭ ମିଳିବ।
ଏ ସମ୍ପର୍କରେ ଇନଫିନିଟି ରିଟେଲ ଲିମିଟେଡର ପ୍ରବକ୍ତା କହିଛନ୍ତି ଯେ, ‘ଆଇଫୋନ ୧୮ ପ୍ରୋ ଓ ଆଇଫୋନ ୧୮ ପ୍ରୋ ମ୍ୟାକ୍ସ ହେଉଛି ଆପଲର ନବସୃଜନରେ ଏକ ବଡ଼ ଅଗ୍ରଗତି ଓ ଆମେ ଗ୍ରାହକମାନଙ୍କ ପାଇଁ ଶୁଭାରମ୍ଭ ଅନୁଭୂତି ଆଣିଥିବାରୁ ଆନନ୍ଦିତ ଯାହା ଉଭୟ ଆକର୍ଷଣୀୟ ଓ ଲାଭଦାୟକ। ଏକ୍ସଚେଂଜ ବୋନସ ଓ ଟାଟା ନିଉ କଏନର ମିଶ୍ରଣ ତଥା ଆପଲ ୱାଚ ଓ ଏୟାରପଡସ ଉପରେ ଆକର୍ଷଣୀୟ ଅଫର ସହିତ ନୂଆ ପ୍ରଯୁକ୍ତି ପର୍ଯ୍ୟନ୍ତ ଅପଗ୍ରେଡ ହେବାକୁ ଆମେ ପୂର୍ବାପେକ୍ଷା ଅଧିକ ସହଜ କରିଛୁ। କ୍ରୋମାରେ ଆମେ ଆମର ଷ୍ଟୋର ଓ ଅନଲାଇନ ପ୍ଲାଟଫର୍ମରେ ଉଲ୍ଲେଖନୀୟ ମୂଲ୍ୟ ଓ ନିରବଚ୍ଛିନ୍ନ ଓମନିଚ୍ୟାନେଲ ଅନୁଭୂତି ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛୁ।’

Share

Leave a Reply

Your email address will not be published. Required fields are marked *

16 + two =