ବିଜେଡିରୁ ନୂଆ ମୁଖପାତ୍ର ଟିମ

ଭୁବନେଶ୍ବର () ନିର୍ବାଚନ ଯେତିକି ପାଖଉଛି, ବିରୋଧୀଙ୍କ ଆକ୍ରମଣ ସେତିକି ଶାଣିତ ହେଉଛି । କିନ୍ତୁ ଦଳ ତରଫରୁ ଏହାର ଜବାବ ଦେବାକୁ ଯେଉଁମାନଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ବରରେ ଦେଖାଯାଉନାହାଁନ୍ତି । କେବଳ ସସ୍ମିତ ପାତ୍ର କିମ୍ବା ପ୍ରତାପ ଦେବ । ଏହି ଦୁଇ ନେତା ହିଁ ଉଭୟ ବିଜେପି ଓ କଂଗ୍ରେସର ମିଳିତ ଆକ୍ରମଣର ଜବାବ ଦେଉଛନ୍ତି । ଦଳରେ ଅନ୍ୟ କୁହାଳିଆ ଏବଂ ଅନୁଭବୀ ନେତା ଥିଲେ ମଧ୍ୟ ସେମାନଙ୍କୁ ଦୟିତ୍ବ ମିଳିନଥିବାରୁ ସେମାନେ ଗଣମାଧ୍ୟମରେ ମୁହଁ ଖୋଲୁନାହାଁନ୍ତି । ଏବେ କିନ୍ତୁ ଏହି ନେତାମାନଙ୍କର ସର୍ବାଧିକ ଆବଶ୍ୟକତା ପଡିଛି । ଯେଉଁଥିପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖପାତ୍ର ତାଲିକାରେ ପରିବର୍ତ୍ତନ କରିଛନ୍ତି ।

ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‍ ଦେଇ ଆଜି ନୂତନ ଭାବେ ୧୪ଜଣ ଦଳୀୟ ନେତାଙ୍କୁ ମୁଖପାତ୍ର ଦାୟିତ୍ବ ମିଳିଛି । ଏହିକ୍ରମରେ ସାଂସଦପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର,ସାଂସଦ ପ୍ରତାପ କେଶରୀ ଦେବ, ପ୍ରଶାନ୍ତ ନନ୍ଦ,ବିଧାୟକ ଦେବାଶିଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ଡ. ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ସମୀର ରଞ୍ଜନ ଦାଶ, ଡ. ଅମର ପଟ୍ଟନାୟକ, ଡ. ସସ୍ମିତ ପାତ୍ର, ସୁଲୋଚନା ଦାସ ଏବଂ ଡ. ଦେବାଶିଷମାରଣ୍ଡିଙ୍କୁ ଦଳର ମୁଖପାତ୍ର ଭାବେ ରାଜ୍ୟ ସଭାପତି ନିଯୁକ୍ତ କରିଛନ୍ତି ।

ପୂର୍ବ ତାଲିକାରୁ ଦୁଇଜଣଙ୍କୁ ବାଦ ଦିଆଯାଇଥିବା ବେଳେ ନୂଆ ତାଲିକାରେ ୪ ଜଣଙ୍କୁ ସାମିଲ କରାଯାଇଛି । ମୁଖପାତ୍ର ପଦରୁ ବାଦ ପଡ଼ିଥିବା ଦୁଇ ନେତା ହେଲେ ଅମର ଶତପଥୀ ଏବଂ ଅସୀମ ଅମିତାଭ ଦାସ । ସେହିଭଳି ତାଲିକାରେ ଯୋଡି ହୋଇଥିବା ନୂଆ ନେତାମାନେ ହେଲେ ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ଡ. ଅମର ପଟ୍ଟନାୟକ ଏବଂ ଡ.ଦେବାଶିଷ ମାରଣ୍ଡି । ନୂଆ ଓ ପୁରୁଣାଙ୍କୁ ମିଶାଇ ଆଜି ୧୪ ଜଣଙ୍କୁ ମୁଖପାତ୍ର ଭାବେଦାୟିତ୍ବ ମିଳିଛି ।

Share

Leave a Reply

Your email address will not be published. Required fields are marked *

two × three =