ପାକିସ୍ତାନରୁ ପକ୍ଷୀ ଆଣି ବିବାଦରେ ସିଦ୍ଧୁ

ନବଜ୍ୟୋତ ସିଂ ସିଦ୍ଧୁ ସିଏମ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାଇଁ ଆଣିଥିବା ଉପହାର ପକ୍ଷୀ ଷ୍ଟାଚ୍ୟୁ ମାମଲାରେ ପୁଣି ଫସିଛନ୍ତି । କାରଣ ପକ୍ଷୀର ଛାଲ ମଧ୍ୟ ଅଣିବା ବେଆଇନ ବୋଲି ଲୁଧିଆନା ନୀବାସୀ ଡ.ସନ୍ଦୀପ ଜୈନ କହିଛନ୍ତି । ସନ୍ଦୀପ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋ ଅଫ ପଞ୍ଜାବର ଭଲେଂଟିୟର ଅଛନ୍ତି । ସେ ଏକ ଚିଠି ମାଧ୍ୟମରେ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋ ଦିଲ୍ଲୀକୁ ଏହି ମାମଲାରେ ତଦନ୍ତ କରିବାକୁ ଆବେଦନ କରିଛନ୍ତି । କିନ୍ତୁ ସିଦ୍ଧୁ ଜୀବନ୍ତ ପକ୍ଷୀ ଆଣି ନାହାନ୍ତି । ତା’ ପରରେ ଛାଲରେ ତିଆରି ହୋଇଥିବା ଏକ ଷ୍ଟାଚ୍ୟୁ ଆଣିଥିଲେ ।
ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋ ଅଫ ପଞ୍ଜାବର ଭଲେଂଟିୟର ସନ୍ଦିପ ଜୈନ କହିଛନ୍ତି କି, ତାଙ୍କୁ ଏହି ଖବର ଏକ ଖବରକାଗଜ ମାଧ୍ୟମରୁ ଜଣା ପଡିଛି କି ନବଜ୍ୟୋତ ସିଂ ସିଦ୍ଧୁ ପାକିସ୍ତାନରୁ ଏକ ପକ୍ଷୀର ଷ୍ଟାଚ୍ୟୁ ଆଣି ଆସିଛନ୍ତି ।
ଏହା ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ ଧାରାରେ ପର, ଛାଲ, ଅଣ୍ଡା ଓ ହାଡ ପର୍ୟ୍ୟନ୍ତ ଆଣିବା ବେଆଇନ ଅଟେ । ଯଦି କିଏ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତେବେ ଏଥିରେ ବ୍ୟକ୍ତିଙ୍କୁ ୩ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ଭୋଗିବା ସହିତ ୨୫ ହଜାର ଟଙ୍କା ଜୋରମାନା ଦେବାକୁ ପଡିଥାଏ । ସୂଚନାଯୋଗ୍ୟ କି, ନବଜ୍ୟୋତ ସିଂ ସିଦ୍ଧୁ କରତାରପୁର କରିଡରର ଆଧାରଶୀଳା ସ୍ଥାପନ ଅବସରରେ ଆୟୋଜନ କରାଯାଇଥିବା ଏକ ସମାରୋହରେ ଯୋଗ ଦେବାକୁ ଯାଇଥବା ବେଳେ ଏହି ଉପହାର ସେଠାରୁ ଆଣିଥିଲେ ।

Share

Leave a Reply

Your email address will not be published. Required fields are marked *

16 − two =