ସିଲଭର ସିଟିରେ ନବୀନଙ୍କ ଶକ୍ତି ପ୍ରଦର୍ଶନ

ସିଲଭର ସିଟିରେ ମେଗା ରୋଡ ସୋ’ କରିଛନ୍ତି ସୁପ୍ରିମୋ । କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି । ପ୍ରାୟ ୪୩ଟି ଛକରେ ନବୀନ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ବିଜେଡି ସୁପ୍ରିମୋଙ୍କ ଟିକିଏ ଝଲକ ପାଇବା ପାଇଁ କଟକ ବିଭିନ୍ନ ଛକରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଅପରାହ୍ନ ୪.୩୦ରୁ ନବୀନଙ୍କ ଏହି ମେଗା ରୋଡ ସୋ’ ଆରମ୍ଭ ହୋଇଥିଲା । ଆଉ ବିଭିନ୍ନ ଛକରେ ବସ ଅଟକିବା କ୍ଷଣି ଏହା ମଧ୍ୟରୁ ବାହାରି ଲୋକଙ୍କୁ ସମ୍ବୋଧନ କରିଥିଲେ ନବୀନ । କଟକ-ବାରବାଟୀ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ପ୍ରାର୍ଥୀ ସୌଭିକ ବିଶ୍ୱାଳ, କଟକ-ସଦର ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ପାଇଁ ପୂରା ସହର ବୁଲି ନବୀନ ଭୋଟ ମାଗିଥିବା ବେଳେ ବିଜେଡି କର୍ମୀଙ୍କ ମନରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

fifteen + nine =