ଓଡିଶା ପାଇଁ କାହିଁକି ଆର୍ଥିକ ସ୍ୱତନ୍ତ୍ରତା ମାଗିଲେ ନବୀନ, ଶୁଣନ୍ତୁ …

ଭୁବନେଶ୍ବର () କେନ୍ଦ୍ରର ଓଡିଶା ପ୍ରତି ଅବହେଳା ସିଧାସଳଖ ଜବାବ ଦେବାକୁ ଅଣ୍ଟା ଭିଡିଛି ବିଜେଡି । ଏକଦା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପରି ନବୀନ ପଟ୍ଟନାୟକ ମଧ୍ୟ ଓଡିଶା ପାଇଁ ଆର୍ଥିକ ସ୍ବାଧୀନତାର ଦାବି କରିଛନ୍ତି । ବିଜେଡିର 21 ତମ ପ୍ରତିଷ୍ଠା ଦିବସରେ ନବୀନ ଏହି ଦାବି ଉଠାଇଛନ୍ତି ।

ସେ କହିଛନ୍ତି ଯେ, ଏକଦା ବିଜୁ ପଟ୍ଟନାୟକ କହିଥିଲେ, “ଯେ ମୋତେ ଆର୍ଥକ ସ୍ବାଧୀନତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢ଼ିତୋଳିବି ।” ବିଜୁବାବୁଙ୍କ ଏହି ମତ ଠିକ୍‍ ଓ ଏହାସହ ସେ ଏକମତ । ନବୀନ ଦୃଢ଼ତାର ସହିତ ମତ ରଖିଥିଲେ ଯେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ରାଜ୍ୟ ଚଳାଇବା ପାଇଁ ଆର୍ଥିକ ସ୍ବାୟତ୍ତତା କେନ୍ଦ୍ର ସରକାର ଦିଅନ୍ତୁ । ଯଦି କେନ୍ଦ୍ର ସରକାର ଏହା ଦିଅନ୍ତି, ତେବେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, କେନ୍ଦ୍ରୀୟ ପାଣ୍ଠି କିମ୍ବା ଅନୁଦାନର କୌଣସି ଆବଶ୍ୟକତା ରହିବ ନାହିଁ । ଓଡ଼ିଶାର ଅର୍ଥରେ ଓଡ଼ିଶାବାସୀଙ୍କୁ ଉନ୍ନତି ପଥରେ ଆଗେଇ ନେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କଂଗ୍ରେସ ହେଉ କି ବିଜେପି, ଓଡ଼ିଶା ପ୍ରତି କୌଣସି ଜାତୀୟ ଦଳର ଦରଦ ନାହିଁ ଏବଂ ମୁଁ ଏହା ଅନୁଭବ କରିଛ ବୋଲି ସେ କହିଥିଲେ । ନିର୍ବାଚନ ଆସିଲେ ଉଭୟ ଦଳ ଓଡ଼ିଶା ଆସନ୍ତି, ବଡ଼ ବଡ଼ ସ୍ବପ୍ନ ଦେଖାନ୍ତି । ଗୁଡାଏ ଶିଳାନ୍ୟାସ କରନ୍ତି, ତା’ପରେ ଆଉ ଦେଖା ମିଳେନାହିଁ ।

ବିଜୁ ଜନତା ଦଳ କଥାରେ ନୁହେଁ, କାମରେ ବିଶ୍ବାସ କରେ । ଏଥିପାଇଁ ବିଜୁ ଜନତା ଦଳ ଆଜି ଏକ ଆନ୍ଦୋଳରେ ପରିଣତ ହୋଇଛି ଓ ଏହି ଆନ୍ଦୋଳନ ଓଡ଼ିଶାବାସୀଙ୍କ ହକ୍‍ ଓ ସ୍ବାଭିମାନ ପାଇଁ, ଯାହାକି ଆଗକୁ ମଧ୍ୟ ଜାରି ରହିବ ବୋଲି ସେ ନେତା ଓ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ ।

ଏହି ଅବସରରେ ଦଳୀୟ ପାଣ୍ଠିକୁ ସହାୟତା ପ୍ରଦାନ କରିବା ପାଇଁ ନବୀନ ଯେଉଁ ନିବେଦନ କରିଥିଲେ, ସେହି ଅନୁଯାୟୀ ଆଜି ଦଳର ବହୁ ନେତା ଓ କର୍ମୀ ଚେକ୍‍ ମାଧ୍ୟମରେ ଅର୍ଥ ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × five =