ସଚିବ ପଦରୁ ଇସ୍ତଫା ଦେଲେ ନଳିନୀ, ସମ୍ବଲପୁରରୁ ନିର୍ବାଚନ ଲଢ଼ିପାରନ୍ତି

ଭୁବନେଶ୍ୱର () ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଲେ ନଳିନୀ ପ୍ରଧାନ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଇଥିବା ନିଜ ଇସ୍ତାଫାପତ୍ରରେ ଉଲ୍ଲେଖ କରିଛନ୍ତି ।ଗତ ବର୍ଷ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସରକାର ତାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବଢାଇଥିଲେ । ସେ ପାଇଥିବା ଏକଷ୍ଟେନସନ ଆସନ୍ତା ମାର୍ଚ୍ଚ 13 ତାରିଖରେ ଶେଷ ହେବାକୁ ଥିବା ବେଳେ ସେ ତା ପୂର୍ବରୁ ଇସ୍ତଫା ଦେଲେ ।

ପୂର୍ତ୍ତ ସଚିବ ଭାବେ ସେ ବେଶ ସଫଳ ଥିଲେ। ଗୁରୁପ୍ରିୟା ସେତୁ ଠାରୁ ଆରମ୍ଭ କରି ଧବଳେଶ୍ବର, ବମୀଖାଲ, ଏବଂ କଟକ ଭୁବନେଶ୍ୱର ମଧ୍ୟରେ ମହାନଦୀ ଉପରେ ଦ୍ଵିତୀୟ ସେତୁ ନିର୍ମାଣ ସହ ବିଜୁ ଏକ୍ସପ୍ରେସ ୱେ ନିର୍ମାଣରେ ସେ ନିଜ ଦକ୍ଷତା ପ୍ରତିପାଦିତ କରିଛନ୍ତି । ତେବେ ତାଙ୍କର ଏହି ଇସ୍ତାଫାକୁ ନେଇ ପାୱାର କରିଡର ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି ସେ ବିଜେଡିରୁ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରିବେ । ନିକଟରେ ତାଙ୍କ ଫଟୋ କିଛି ବିଜେଡି ନେତାଙ୍କ ସହ ଲାଗିଥିଲା ।

Share

Leave a Reply

Your email address will not be published. Required fields are marked *

1 × 5 =