ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ । ପାତ୍ରପଡ଼ା ଗାଁ ନିକଟରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି ମୃତଦେହ । ତେବେ ତାଙ୍କୁ କେହି ଦୁବୃତ୍ତ୍ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ତେବେ ନବୀନ ଦାସ ସୋସିଆଲ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ସେ ଲେଖିଛନ୍ତି କି, ଗୁଡୁକ ହରାଇ ମୁଁ ଦୁଃଖିତ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କାରରେ କିଛି ଲୋକ ଗାଁ ନିକଟରେ ବୁଲୁଥିବା ସେମାନେ କହିଛନ୍ତି । ଏପରିକି ନବୀନ ଦାସଙ୍କ ପରିବାର ଲୋକେ କହିଛକନ୍ତି କି, ତାଙ୍କ ପୁଅକୁ କିଛି ଲୋକ ଉଠାଇ ନେଇଥିଲେ । ଏପରିକି ସେମାନେ ଟଙ୍କା ମଧ୍ୟ ମାଗୁଥିଲେ ଆଉ ମାଡ଼ ମଧ୍ୟ ମାରୁଥିଲେ । ନବୀନ ଦାସଙ୍କ ସ୍ତ୍ରୀ ୩ହଜାର ଟଙ୍କା ପଠାଇଥିଲେ । ଶେଷରେ ସନ୍ଦେହଜନକ ଭାବେ ମୃତଦେହ ମିଳିବା ପରେ କୁହାଯାଉଛି କି, ତାଙ୍କୁ କେହି ମାରିବା ପରେ ପୋପାଡ଼ି ଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen + 13 =