ବାରଣାସି ପରେ ପୁରୀ ଉପରେ ଆଖି

ଭୁବନେଶ୍ୱର– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିବାପାଇଁ ଓଡିଶା ବିଜେପି ପ୍ରସ୍ତାବ ଦେଇଛି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସାମ୍ବାଦିକ ମାନଙ୍କୁ ଏସମ୍ପର୍କରେ ସୁଚନା ଦେଇଛନ୍ତି ।ସେ କହିଛନ୍ତି ଯେ ରାଜ୍ୟ ବିଜେପି ଯେଉଁ ପ୍ରସ୍ତାବ ଦେଇଛି ସେ ସମ୍ପର୍କରେ ଦଳର ସଂସଦୀୟ ବୋର୍ଡ ଚୁଡାନ୍ତ ନିସ୍ପତି ନେବ ।
ସୋସିଆଲ ମିଡିଆରେ ବିଜେପିର ସଫଳତା ସମ୍ପର୍କରେ ପ୍ରଶ୍ନର ଉତର ଦେଇ ଶ୍ରୀ ପଣ୍ଡା କହିଲେ ଯେ ସୋସିଆଲ ମିଡିଆରେ ଆକଳନ ଅନୁଯାୟୀ ବିଜେପି ଯଥେଷ୍ଟ ଅଧିକ ଆସନରେ ବିଜୟୀ ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

thirteen − 3 =