ମହାତ୍ମା ଗାନ୍ଧି ତୁମ ପାଇଁ ଟ୍ରେଲର କିନ୍ତୁ ଆମ ପାଇଁ ଜୀବନ

ନୂଆଦିଲ୍ଲୀ () ସଂସଦର ବଜେଟ ଅଧିବେଶନ ଆରମ୍ଭରେ ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଅର୍ପଣ ଅବସରରେ ନିଜର ମତ ରଖିଥିଲେ। ମୋଦି ଏହି ସମୟରେ ନିଜ ସରକାରଙ୍କ ସଫଳତା କଥା ବକ୍ଷାଣିବା ସହ ବିରୋଧୀଙ୍କୁ ଜୋରଦାର ସମାଲୋଚନା କରିଛନ୍ତି।

ମୋଦି ଦୀର୍ଘ ୩୦ ମିନିଟ୍ କାଳ ନିଜ ସଫଳତା କଥା କହିବା ସହ କଂଗ୍ରେସକୁ ସମାଲୋଚନା କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧି ନିଜ ଆସନରେ ଛିଡ଼ା ହୋଇ ଏହାର ପ୍ରତିବାଦ କରିଥିଲେ। ଏହାକୁ କଟାକ୍ଷ କରି ମୋଦି କହିଥିଲେ ଯେ ‘ମୁଁ ଏଠାରେ ୩୦ରୁ ୪୦ ମିନିଟ୍ ହେଲା କହୁଛି। କିନ୍ତୁ କରେଣ୍ଟ ସେଠାରେ ପହଞ୍ଚିବାକୁ ବହୁତ ସମୟ ଲାଗିଲା। ହଁ ଅନେକ ଟ୍ୟୁବଲାଇଟ୍ କ୍ଷେତ୍ରରେ ଏମିତି ହୋଇଥାଏ। ସଟ ସର୍କିଟ ପାଇଁ ଏମିତି।”

ଏହା ସହ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ଆମେ ଆପଣଙ୍କ ରାସ୍ତାରେ ଚାଲିଥିଲେ ୭୦ବର୍ଷ ପରେ ମଧ୍ୟ ଦେଶରୁ ଆର୍ଟିକାଲ ୩୭୦ ଉଚ୍ଛେଦ ହୋଇପାରିନଥାନ୍ତା । କେବଳ ଏତିକି ନୁହେଁ କଂଗ୍ରେସ ରାସ୍ତାରେ ଚାଲିଥିଲେ ଆଜି ବି ମୁସଲିମ ମହିଳାଙ୍କୁ ତିନି ତଲାକ ବିଲର ଖଣ୍ଡା ଡରାଇଥାନ୍ତା । ରାମ ଜନ୍ମଭୂମି ବିବାଦ ଆଜି ବି ଲାଗି ରହିଥାନ୍ତା ।

Share

Leave a Reply

Your email address will not be published. Required fields are marked *

two + 7 =