ପ୍ରତିଭାଶାଳୀ ଓ କ୍ଷମତାଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର ()  ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ଓଡ଼ିଶାର ଦୁଇ  ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ  ଜୟପୁର ବିଧାୟକ ତାରା ବାହିନୀପତି । ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା, ଲୋକ ସମ୍ପର୍କ, ବିଧାନସଭାରେ ବିତର୍କ ଆଦି ଅନେକ ମାନଦଣ୍ଡକୁ ଭିତ୍ତି କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଯୋଗାଯୋଗ ସାମର୍ଥ୍ୟ ବା କମ୍ୟୁନିକେସନ କାପାସିଟି ପାଇଁ ତାରା ଶ୍ରେଷ୍ଠ ୫୦ ବିଧାୟକ ତାଲିକାରେ ସ୍ଥାନୀତ ହୋଇଛନ୍ତି । ସେହିପରି ଇଟେଣ୍ଟ କ୍ଷେତ୍ରରେ ସ୍ଥାନ ପାଇଛନ୍ତି ପ୍ରଣବ ପ୍ରକାଶ ଦାସ । ଫେମ ଇଣ୍ଡିଆ ଓ ଏସିଆ ପୋଷ୍ଟ ପକ୍ଷରୁ ଏହି ସର୍ଭେ କରାଯାଇଥିଲା ।କୋରାପୁଟ ଓ ଜୟପୁରରୁ ଏକାଧିକ ଥର ନିର୍ବାଚନରେ ବିଜୟୀ ହୋଇଥିବା ତାରା ବାହିନୀପତି ଭାଲୁ ଭାଇନା ନାମରେ ବେଶ ପରିଚିତ । ସରକାରଙ୍କୁ ବିଧାନସଭା ବାହାରେ ଓ ଭିତରେ ଶାଣିତ ଆକ୍ରମଣ କରିବାରେ ସେ ବେଶ ସିଦ୍ଧହସ୍ତ । ନିଜର ବାକ ଚାତୁରୀ ପାଇଁ ଦଳ ମତ ନିର୍ବିଶେଷରେ ତାଙ୍କୁ ସମସ୍ତେ ଭଲ ପାଇଥାନ୍ତି । ସାରା ରାଜ୍ୟରେ ବିଜେଡିର ଦୃଢ଼ ସଂଗଠନ ରହିଥିଲେ ବି ତାରା ବାହିନୀପତି ନିଜ ଦମରେ ବହୁବାର ବିଜୟୀ ହୋଇଛନ୍ତି । ସେପଟେ ପ୍ରଣବ ପ୍ରକାଶ ଦାସ ରାଜ୍ୟର ପ୍ରତିଭାଶାଳୀ ଓ କ୍ଷମତାଶାଳୀ ବିଧାୟକ ଭାବେ ପରିଚିତ । ବିଜୁ ଜନତା ଦଳର ସଂଗଠନ ସାଧାରଣ ସମ୍ପାଦକ ଥିବା ବବି ଦାସ ଯାଜପୁରରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି । ମନ୍ତ୍ରୀ ଭାବେ ମଧ୍ୟ ସେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ ।

Share

Leave a Reply

Your email address will not be published. Required fields are marked *

19 − 18 =