ଆମେରିକା ଏୟାରବେସ ଉପରେ ଇରାନର ମିସାଇଲ ମାଡ଼, ୮୦ ନିହତ

ତେହେରାନ()  ପ୍ରତିଶୋଧ ନେବାକୁ ପଣ କରିଥିବା ଇରାନ ଏବେ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ୨ଟି ଏୟାରବେସ ଉପରେ ମିସାଇଲ ମାଡ଼ କରାଯାଇଛି। ଇରାନର କ୍ଷେପଣାସ୍ତ୍ର ମାଡରେ ଅତିକମ୍ରେ ୮୦ ନିହତ । ଏପରି ଦାବି କରିଛି ତେହେରାନ ।
ଏହା ଫଳରେ ମଧ୍ୟପ୍ରାଚ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଆମେରିକା- ଇରାନ ଲଢେଇ ଜଳାଇଛି ନିଆଁ । ଆମେରିକା ସମେତ ଅନେକ ରାଷ୍ଟ୍ର ମଧ୍ୟପ୍ରାଚ୍ୟ ଦେଇ ବିମାନ ଉଡାଣକୁ ବାତିଲ କରିଛନ୍ତି ଅଥବା ରୁଟ୍ ବଦଳାଇଛନ୍ତି । ତାସହ ଇରାନ ଓ ସାଉଦି ଆରମ ମଧ୍ୟରେ ସମୁଦ୍ରପଥକୁ ବିପଦଜନକ କହି ଦୂରେଇଛନ୍ତି ଅନେକ ରାଷ୍ଟ୍ର ।ଭାରତୀୟ ବିମାନ ଗୁଡିକୁ ଇରାନ୍, ଇରାକ୍ ଆକାଶ ପଥ ଦେଇ ନଯିବାକୁ କୁହାଯାଇଚି ।

ଇରାନର ଷ୍ଟେଟ ଟେଲିଭିଜନ ସୂଚନା ଅନୁଯାୟୀ ଗତକାଲି ରାତି ୧ ଟା ୪୫ ମିନିଟରୁ ୨ ଟା ୧୫ ମିନିଟ (ଭାରତୀୟ ସମୟ) ରେ ୧୫ ଟି ଇରାନୀୟ କ୍ଷେପଣାସ୍ତ୍ର ଇରାକ ସ୍ଥିତ ଆମେରିକୀୟ ଏୟାର ବେସ୍ ଉପରେ ଆକ୍ରମଣ କରିଥିଲା । ଏଥିରେ ୮୦ ଆମେରିକୀୟ ଆତଙ୍କବାଦୀ ନିହତ ହୋଇଛନ୍ତି ।ଏଥିରେ ଆମେରିକାର କିଛି ହେଲିକପ୍ଟର ଏବଂ ବିପୁଳ ସାମରିକ ଯନ୍ତ୍ରାଂଶ ନଷ୍ଟ ହୋଇଥିବା ଦାବି କରିଛି ଇରାନୀୟ ଷ୍ଟେଟ ଟିଭି ।ତେବେ ଇରାକ ପକ୍ଷରୁ କୁହାଯାଇଛି, ପ୍ରାୟ ୨୨ ଟି ରକେଟ ଏବଂ କ୍ଷେପଣାସ୍ତ୍ର ଆମେରିକାର ଇରାକୀ ଏୟାର ବେସ୍ ରେ ମାଡ ହୋଇଛି ।ସେଥିରୁ ଏନ୍ ଅଲ ଆସାଦ ଏୟାର ବେସ୍ରେ ୧୭ ଟି କ୍ଷେପଣାସ୍ତ୍ର ମାଡ ହୋଇଥିବା ବେଳେ ଏବଂ ଅରବିଲ ଘାଟିରେ ୫ ଟି କ୍ଷେପଣାସ୍ତ୍ର ବା ରକେଟ ମାଡ ହୋଇଛି ।

ଇରାନର ସ୍ଥାନୀୟ ଟିଭି ଚ୍ୟାନେଲ ଖବର ପ୍ରକାଶ କରିଛି ଯେ ଗତ ସପ୍ତାହରେ ଆମେରିକା ଡ୍ରୋନ ଦ୍ୱାରା ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ହତ୍ୟା କରିଥିଲା। ଏହାର ବଦଲା ନେବାକୁ ଇରାନ ପକ୍ଷରୁ ଏଭଳି ହମଲା କରାଯାଇଛି। ଇରାନର ରେଭ୍ୟୁଲେସନାରୀ ଗାର୍ଡ ପକ୍ଷରୁ କୁହାଯାଇଛି ଯେ ଅଇନ ଅଲ ଅସାଦ ବେସ୍ରେ ମିସାଇଲ ମାଡ଼ ହୋଇଛି। ଯଦି ଏବେ ପୁଣିଥରେ ଆମେରିକା କାଉଣ୍ଟର ଆଟାକ କରେ, ତା’ହେଲେ ଆମେ ଏହାଠାରୁ ଆହୁରି ବଡ଼ଧରଣର ହମଲା କରିବୁ।

Share

Leave a Reply

Your email address will not be published. Required fields are marked *

4 − 3 =