#ମି-ଠୁ ଶିବସେନାର ତଦନ୍ତ ଦାବି

ମି-ଠୁ ଅଭିଯୋଗର ହେବ ଜନଶୁଣାଣି । ୪ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠନ ହେବ ଏକ ପ୍ୟାନେଲ । ଏନେଇ ସୁଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ । ମେନକା କରିଛନ୍ତି ଯେ ‘ମି ଠୁ’ ଅଭିଯାନ ଜରିଆରେ ମହିଳା ଆଣୁଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ୟାନେଲ୍ ଗଠନ କରାଯିବ। ଏହି ପାନେଲ୍ ଜନଶୁଣାଣି କରି ମି ଠୁ ଅଭିଯାନ ଜରିଆରେ ଆସୁଥିବା ଅଭିଯୋଗର ବିଚାର କରିବେ। ଚାରି ଜଣ ଅବସରପ୍ରାସ୍ତ ବିଚାରପତିଙ୍କୁ ନେଇ ଗଠନ ହେବ ପାନେଲ୍ । ଏହି ପ୍ୟାନେଲ ଜନଶୁଣାଣିରେ ସାଧାରଣ ଲୋକ ବି ନିଜ ମତ ରଖିପାରିବେ। କେନ୍ଦ୍ରମନ୍ତ୍ରୀଙ୍କ କହିବା ମୁତାବକ ସୋସିଆଲ୍ ମିଡିଆରେ ହୋଇଥିବା କିଛି ଅଭିଯୋଗକୁ ନେଇ ସନ୍ଦେହ ରହିଛି । ତାହା କେତେ ଦୂର ସତ ପରଖିବା ପାଇଁ ତଦନ୍ତର ଆବଶ୍ୟକତା ରହିଛି। କେନ୍ଦ୍ର କ୍ୟାବିନେଟରେ ମାନେକାଙ୍କ ସହକର୍ମୀ ଥିବା ବୈଦେଶିକ ରାଜ୍ୟ ମନ୍ତ୍ରୀ ଏମଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ପାଇଁ ଘୋଷଣା ହୋଇଛି।

Share

Leave a Reply

Your email address will not be published. Required fields are marked *

2 × 4 =