ପଞ୍ଚଭୂତରେ ଲୀନ ହେଲେ ଗୋଆ ମୁଖ୍ୟମନ୍ତ୍ରୀ

ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଶେଷ କୃତ୍ୟ ଶେଷ ହୋଇଛି । ରବିବାର ରାତିରେ ତାଙ୍କର ପରଲୋକ ଘଟିଥିଲା । ଗତବର୍ଷ ଠାରୁ ସେ ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ଥିଲେ । ତେଣୁ ବିଭିନ୍ନ ସମୟରେ ସେ ଗୋଆ, ମୁମ୍ବାଇ, ଦିଲ୍ଲୀ, ଆମେରିକାରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶେଷ ଦର୍ଶନ କରିବା ପାଇଁ ସାଧାରଣ ଲୋକଙ୍କ ସମେତ ନେତାଙ୍କ ଭିଡ ଜମିଥିଲା ଗୋଆ ବିଜେପି କାର୍ୟ୍ୟାଳୟ ନିକଟରେ ।

ଏକ ବିଶାଳ ରାଲିରେ ତାଙ୍କ ମର ଶରୀରକୁ ଏସଏଜି ଗ୍ରାଉଣ୍ଡକୁ ନିଆଯାଇଥିଲା । ସେଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି । ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଇଛନ୍ତି । ମନୋହର ପାରିକରଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ଗୋଆରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ସମବେଦନା ଜଣାଇଛନ୍ତି । ସେହିପରି ଏକ ନିର୍ବାଚନ ସଭାରେ ମନୋହର ପାରିକରଙ୍କୁ ସମ୍ମାନ ଜଣାଇ ନିରବ ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

Share

Leave a Reply

Your email address will not be published. Required fields are marked *

two × 1 =