କାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ପୂର୍ବତନ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି ରାଜ୍ୟସଭା ପାଇଁ ନିଜର ନାମାଙ୍କନ ଦାଖଲ କରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଆସନ୍ତାକାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ମନମୋହନ ସିଂହ । ରାଜସ୍ଥାନ ୧୦ ଜଣଙ୍କୁ ରାଜ୍ୟସଭାକୁ ପଠାଇ ଥାଏ। ଜୁନ୍ ମାସରେ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ମଦନ ଲାଲ ସାଇନିଙ୍କ ମୃତ୍ୟୁ ହେବାରୁ ଗୋଟିଏ ଆସନ ଖାଲି ପଡ଼ିଥିଲା। କଂଗ୍ରେସ ରାଜସ୍ଥାନରେ କ୍ଷମତାରେ ଥିବାରୁ ମନମୋହନ ବେଶ ଆରାମରେ ରାଜ୍ୟସଭାକୁ ନିର୍ବାଚିତ ହେବେ। ଏହି ସୂଚନା ଦେଇଛନ୍ତି  ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ମୁଖଆ ସଚିନ ପାଇଲଟ।

ସଚିନ କହିଛନ୍ତି, “ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ।

Share

Leave a Reply

Your email address will not be published. Required fields are marked *

17 − 17 =