ବିଜେପିକୁ ମମତାଙ୍କ କଡା ଚେତାବନୀ

ପଶ୍ଚିମବଙ୍ଗରେ ଆଜି ଶେଷ ନିର୍ବାଚନ ପ୍ରଚାର ହେବାକୁ ଯାଉଥିବା ବେଳେ ବଙ୍ଗଳାରେ ୯ ଟି ସିଟରେ ଆଜି ରାତି ୧୦ ଟା ଠାରୁ ନିର୍ବାଚନ ପ୍ରଚାର ଶେଷ ହେବାକୁ ଯାଉଛି ।ନିର୍ବାଚନ କମିଶନଙ୍କ ଆକଟ ପରେ ମମତା ବାନାର୍ଜୀ ନିଜ ରଣନୀତିକୁ ବଦଳାଇବାର ଦେଖାଯାଇଛି । ଶୁକ୍ରବାରକୁ ହେବାକୁ ଯାଉଥିବା ରାଲିକୁ ଗୁରୁବାର ଅର୍ଥାତ୍ ଆଜି ହିଁ ଶେଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଜି ଦିଦିଙ୍କ ଗଡ଼ରେ ଅନ୍ତିମ ପ୍ରହାର କରିବେ । ଏହାପରେ ସନ୍ଧ୍ୟାରେ ଜନସଭା ହେବ । ବଙ୍ଗଳାରେ ବିଜେପି ପୂର୍ବରୁ ୨୩ ପ୍ଲସ୍ ର ଟାର୍ଗେଟ୍ ରଖିଛନ୍ତି ।

ତେବେ ଏହି ଅବସରରେ ମମତା ପ୍ରଧାନମନ୍ତ୍ରୀ ମୋଦି ଏବଂ ଶାହଙ୍କୁ ଗୁଣ୍ଡା କହିବାର ସାହସ ମଧ୍ୟ କରିଥିଲେ ଏବଂ ଇଞ୍ଚ୍ ଇଞ୍ଚ୍ ର ପ୍ରତିଶୋଧ ନେବାପାଇଁ ଚେତାବନୀ ଦେଇଥିଲେ । ଏହାସହ ଦିଲ୍ଲୀରେ ୧ ମିନିଟରେ ବିଜେପି ଅଫିସ୍ କୁ କବଜା କରିବା ପାଇଁ ମଧ୍ୟ କହିଥିଲେ ।

Share

Leave a Reply

Your email address will not be published. Required fields are marked *

seventeen − 14 =