କଂଗ୍ରେସ ସହ ହାତ ମିଳାଇବେ କମଲ ହାସନ

ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ତାମିଲନାଡୁରେ କଂଗ୍ରେସ ସହ ହାତ ମିଳାଇବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଏଥିପାଇଁ ସେ ଏକ ଜରୁରୀ ସର୍ତ ରଖିଛନ୍ତି । କଂଗ୍ରେସ ଡିଏମକେ ସହ ମେଂଟ ଭାଙ୍ଗିଲେ ତାଙ୍କ ଦଳ ମକ୍କଲ ନିଧୀ ମଧ୍ୟମ ୨୦୧୯ ଲୋକସଭା ନିର୍ବାଚନରେ ରାହୁଲଙ୍କୁ ସମର୍ଥନ କରିବ ବୋଲି କମଲ କହିଛନ୍ତି ।
କମଲ ହାସନ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ମକ୍କଲ ନିଧୀ ମୟମ ନାମକ ରାଜନୈତିକ ଦଳ ଗଠନ କରିଥିଲେ । ଏହା ପରଠାରୁ ସେ ଲଗାତାର ଭାବେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ।
ଏକ ସ୍ଥାନୀୟ ଗଣମାଧ୍ୟମ ସହ ଆଲୋଚନରେ କମଲ କହିଛନ୍ତି ଯେ ଚଳିତ ବର୍ଷ ଜୁନରେ ତାମିଲନାଡୁ ରାଜନୈତିକ ପରିସ୍ଥିତି ସମ୍ପର୍କରେ ସେ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । କିନ୍ତୁ ଏହାକୁ ନେଇ ମେଂଟ ସମ୍ପର୍କରେ ଏବେଠାରୁ କିଛି କହିବା ସମ୍ଭବପର ନୁହେଁ ।
କହି ରଖୁଛୁ ଯେ ପ୍ରଥମ ଥର ପାଇଁ କମଲ ହାସନ ସାର୍ବଜନିକ ରୂପରେ ଡିଏମକେ ବିରୋଧରେ କିଛି କହିଛନ୍ତି । ଚଳିତ ବର୍ଷ ଆରମ୍ଭରେ ଡିଏମକେ ଏବଂ ତାହାର ସହଯୋଗୀ ଦଳ କମଲଙ୍କୁ ନିଜ ଆଡକୁ ଟାଣିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେ ପ୍ରସ୍ତାବିତ କାବେରୀ ପ୍ରସଙ୍ଗରେ ଦଳର କୌଣସୀ ବୈଠକରେ ଯୋଗ ଦେଇ ନଥିଲେ ।
ସେ କହିଛନ୍ତି ଯେ ଏମଏନଏମ ଦୁର୍ନୀତି ବିରୋଧରେ ଲଢିବା ପାଇଁ ସୃଷ୍ଟି ହୋଇଛି । କୌଣସୀ ଦୁର୍ନୀତିଗ୍ରସ୍ତ ଦଳ ସହ ମେଂଟ ହେବ ନାହିଁ । ଡିଏମକେ ଏବଂ ଏଆଇଡିଏମକେ ଉଭୟ ଦଳ ଦୁର୍ନୀତିରେ ଲିପ୍ତ । ସେ ତାମିଲନାଡୁରେ ଏହି ଦୁଇ ଦଳକୁ ହଟାଇବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

four − 4 =