Saturday, November 8, 2025
Latestରାଜନୀତି

କଂଗ୍ରେସକୁ ହେମାଙ୍କ ପ୍ରତ୍ୟାବର୍ତ୍ତନକୁ ବିରୋଧ

ଭୁବନେଶ୍ବର () ବିଜେପି ନେତା ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଯେକି ସ୍ୱାମୀଙ୍କ ପଦାଙ୍କ ଅନୁସରଣ କରି ବିଜେଡିରେ ଯୋଗ ଦେଇଥିଲେ ମଧ୍ୟ ଏବେ ତାଙ୍କର ବିଜେଡି ମୋହ ଭଙ୍ଗ ହୋଇଛି । ହେମା ପୁଣି କଂଗ୍ରେସକୁ ଫେରିବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି । ଏପରିକି ବିଧାୟକ ତାରା ବାହିନୀ ପତି ମଧ୍ୟ ଏହାକୁ ଦୃଢ ବିରୋଧ କରି କଡା ଟିପଣୀ ଦେଇଛନ୍ତି ।

ତାରା ତାଙ୍କ ପ୍ରତିକିୟାରେ କହିଛନ୍ତି ଯେ ହେମା ଗମାଙ୍ଗ ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ ବୋଲି ରୋକଠୋକ୍ କହିଛନ୍ତି ତାରା ।
ଦଳକୁ କିଏ ଆସିଲା, କିଏ ଗଲା କୌଣସି ଫରକ ପଡିବନି। କିନ୍ତୁ ହେମାଙ୍କ ଉପରେ ଲୋକେ ଅସନ୍ତୁଷ୍ଟ ଥିବା କହିଛନ୍ତି ତାରା । ଗତକାଲି ହେମା ଏ ସମ୍ପର୍କରେ ସୂଚନା ଦେଇ କଂଗ୍ରେସକୁ ଫେରିବା ନେଇ ସଂକେତ ଦେଇଥିଲେ । କଂଗ୍ରେସର ଟପ୍ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ତେବେ ତାରାଙ୍କ ମନ୍ତବ୍ୟ ନେଇ ହେମାଙ୍କ ପ୍ରତିକ୍ରିୟା ମିଳିନାହିଁ।

Share

Leave a Reply

Your email address will not be published. Required fields are marked *

10 + nine =