ଖଡ଼ି ଲାଗି ଅମାବାସ୍ୟା : ମା’ଙ୍କ ମୂର୍ତ୍ତୀରେ ଲାଗିଲା ଖଡ଼ି

ଭୁବନେଶ୍ୱର () ଆଜି ପବିତ୍ର ମହାଳାୟା ଅମାବାସ୍ୟା । ଏହି ତିଥିରେ ମା’ଙ୍କ ଦୁର୍ଗା ପୂଜା ପାଇଁ ନିର୍ମାଣ ହେଉଥିବା ମୂର୍ତ୍ତିରେ ଖଡି ଲାଗି କରାଯାଇଥାଏ । ଯେଉଁଥି ପାଇଁ ଏହାକୁ ଖଡି ଚଢା ଅମାବାସ୍ୟା ବୋଲି ମଧ୍ୟ କୁହାଯାଇଥାଏ । ମହାଳୟା ତଥା ଖଡି ଚଢା ଅମାବାସ୍ୟା ପରେ ମା’ ଙ୍କ ଆଗମନର ପ୍ରସ୍ତୁତିକୁ ସମସ୍ତେ ଜୋରଦାର କରିଥାନ୍ତି ।

ମା’ ଦୁର୍ଗା ପୂର୍ଣ୍ଣିମା ଦିନ ଶାନ୍ତ ସ୍ବଭାବରେ ରହିଥିବା ବେଳେ ଆମାବସ୍ୟାରେ ମା’ ରାଗିଥାନ୍ତି । ତେଣୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଉପରେ ଖଡି ଲାଗି କରାଯାଇଥାଏ । ମା’ଙ୍କର ଏହି ପରମ୍ପରା କେଉଁ ଆଦିମ କାଳରୁ ରହିଥିବା ପୌରାଣିକ ତଥ୍ୟ ଆଧାରରେ ମା’ଙ୍କର ଏସବୁ ବିଧି କରାଯାଇଥାଏ । ତେବେ ଖଡି ଚଢା ଅମାବାସ୍ୟାରେ  ଖଡି ଲାଗି ହେବା ପରେ ଦଶହରା ମାହୋଲ ଅଧିକ ସରଗରମ ହେବା ସହ ପୂଜା କମିଟି ଅଧିକ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଥାନ୍ତି ।

ଜନ୍ମାଷ୍ଟମୀରେ ମା’ଙ୍କ ପାଇଁ ମାଟି ଉଠା ଯାଏ ଆଉ ସେହିଭଳି ମହାଳୟାରେ ପ୍ରଥମେ ମା’ଙ୍କୁ ଖଡି ଲାଗି ହେବା ପରେ ମୂର୍ତ୍ତି ତିଆରିରେ ଅଧିକ ଲାଗି ପଡିଥାନ୍ତି କାରିଗର । ପ୍ରଥମେ ମା’ଙ୍କ ଖଡି ଚଢା ପର୍ବ ସରିବା କ୍ଷଣି ମାଟି ମୂର୍ତ୍ତି ଶୁଖିଯିବା ପରେ ହିଁ ଆରମ୍ଭ ହୋଇଥାଏ ମା’ଙ୍କ ରଙ୍ଗ କାର୍ଯ୍ୟ ଓ ଏହା ପରେ ମା’ ଙ୍କୁ ସଜାଇବାରେ ନିମଗ୍ନ ହୋଇ ପଡନ୍ତି କରାଗିର । ମା’ ଙ୍କ ମୂର୍ତ୍ତିରେ ରଙ୍ଗ ଦେବା ସହ ମୂର୍ତ୍ତି ସଜାଇବାରେ କାରିଗର ବ୍ୟସ୍ତ ଥିବାବେଳେ ଅନ୍ୟପଟେ ନିଜ ନିଜ ଅଞ୍ଚଳରେ ସାଜ୍ଜସଜ୍ଜା ପାଇଁ ପ୍ରସ୍ତୁତରେ ଲାଗି ପଡିଥାନ୍ତି ପୂଜା କମିଟି କର୍ମକର୍ତ୍ତା ।

Share

Leave a Reply

Your email address will not be published. Required fields are marked *

16 − 9 =