Friday, October 30, 2026
Latestଜାତୀୟ

ରାହୁଲଙ୍କୁ ଜାମିନ

ପାଟନା()  ନିର୍ବାଚନ ପ୍ରଚାର ବେଳେ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ରାହୁଲଙ୍କୁ ଜାମିନ । ଆଜି କୋର୍ଟରେ ହାଜର ହୋଇ ପାଟନା ସ୍ୱତନ୍ତ୍ର ସିଜିଏମ କୋର୍ଟରେ ପକ୍ଷ ରଖିଥିଲେ ରାହୁଲ୍। ବିଚାରପତି ଜଷ୍ଟିସ୍ କୁମାର ଗୁଞ୍ଜନ ଏହାର ଶୁଣାଣି କରିଥିଲେ।ଏହାପରେ ରାହୁଲ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭାରତୀୟଙ୍କ ସ୍ୱରକୁ ଚପାଇ ଦିଆଯାଉଛି। ଆଗାମୀ ଦିନରେ ମଧ୍ୟ ଲଢ଼େଇ ଜାରି ରହିବ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପାଇଁ ପ୍ରଚାର ବେଳେ ୧୩ ଏପ୍ରିଲରେ କର୍ଣ୍ଣାଟକାର କୋଲାର ଜିଲ୍ଲାରେ ରାହୁଲ ଗାନ୍ଧି ପ୍ରଚାର କରୁଥିବା ବେଳେ ମୋଦି ସାଙ୍ଗିଆ ଥିବା ସମସ୍ତେ ‘ଚୋର’ ବୋଲି କହିଥିଲେ। ଏହାପରେ ସୁଶୀଲ ମୋଦି ଏପ୍ରିଲ ୧୮ରେ ପାଟନା ସିଜିଏମ୍ କୋର୍ଟରେ ମାନହାନି ମୋକଦ୍ଦମା ରୁଜୁ କରିଥିଲେ।

Share

Leave a Reply

Your email address will not be published. Required fields are marked *

9 − eight =