ମାର୍ଚ୍ଚ 10ରେ ନିର୍ବାଚନ ତାରିଖ ଘୋଷଣା !

ଭୁବନେଶ୍ୱର () ଆସନ୍ତା ମାର୍ଚ୍ଚ 10 ତାରିଖରେ ମୁଖ୍ୟ ନିର୍ବାଚନ କମିଶନ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ଏଥିସହ ସେହି ଦିନରୁ ଲାଗୁ ହେବ ଆଦର୍ଶ ଆଚରଣ ବିଧି ।

ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଥିଲା । କିନ୍ତୁ ପୁଲୱାମା ଏୟାର ଷ୍ଟ୍ରାଇକ ଯୋଗୁଁ ତାରିଖ ଘୋଷଣା ପରେ ତାରିଖ ଘୋଷଣା ବିଳମ୍ବିତ ହୋଇଛି । ମାର୍ଚ୍ଚ 1 ତାରିଖରେ ନିର୍ବାଚନ କମିଶନ ଘୋଷଣା କରିଥିଲେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବ ।

ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡିଶା, ସିକିମ, ହରିୟାଣା, ମହାରାଷ୍ଟ୍ର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଜମ୍ମୁକାଶ୍ମୀର ଆଦି ରାଜ୍ୟରେ ଲୋକସଭା ସହ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆସନ୍ତା ମାର୍ଚ୍ଚ 10 ତାରିଖରେ ତାରିଖ ଘୋଷଣା ହେବ ।

Share

Leave a Reply

Your email address will not be published. Required fields are marked *

nineteen − 18 =