ନୀତି ନୈତିକତା ବିନା ରାଜନୀତି ଚାଲିଛି: ଦାମ

ମୁହଁ ଖୋଲିଲେ ବରିଷ୍ଠ ନେତା ଦାମ ରାଉତ । ବିଜେଡି-ବିଜେପି ପ୍ରଶଂସା ପର୍ବକୁ ନେଇ ଦାମ କହିଛନ୍ତି, ତାଙ୍କ ମୁହଁକୁ କେହି ବନ୍ଦ କରିପାରିବେ ନାହିଁ । ଏବେ ଭାରତୀୟ ଗଣତନ୍ତ୍ରରେ ସେବା ଓ ତ୍ୟାଗର ରାଜନୀତି ହେଉନାହିଁ । କ୍ଷମତା ପାଇଁ ଲଢ଼େଇ ଚାଲିଛି । ନୀତି ନୈତିକତା ବିନା ରାଜନୀତି ଚାଲିଛି । ଗତକାଲି ପର୍ୟ୍ୟନ୍ତ ଯେଉଁ ମାନେ ପରସ୍ପରକୁ ନିନ୍ଦା କରୁଥିଲେ ଏବେ ପ୍ରଶଂସା କରୁଛନ୍ତି । ହେଲେ ସେ ତାଙ୍କ ସ୍ୱାଭିମାନକୁ କେବେ ବଳି ଦେଇ ନାହାଁନ୍ତି କି ଦେବେ ନାହିଁ ।

ତେବେ ଫୋନି ପରେ ଓଡିଶା ପରିଦର୍ଶନରେ ଆସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନଙ୍କ ବାତ୍ୟା ପରିଚାଳନା କାର୍ୟ୍ୟକୁ ପ୍ରଶଂସା କରିଥିଲେ । ତାପରେ କେନ୍ଦ୍ରର ସହାୟତା ପାଇଁ ମୋଦିଙ୍କୁ ଧନ୍ୟବାଦ ଦେଇ ଚିଠି ଲେଖିଥିଲେ ନବୀନ ।

Share

Leave a Reply

Your email address will not be published. Required fields are marked *

seven + fourteen =