ଦଳର ଦାବି କଦଳୀ ଆଉ ସାଥୀ

୨୦୧୯ ବିଶ୍ଵ କପ ପାଇଁ ସମସ୍ତ ଟିମ୍ ନିଜର ପ୍ରସ୍ତୁତି ଜୋରସୋରରେ ଚଳାଇଛନ୍ତି। ଇଂଲଣ୍ଡରେ ହେବାକୁ ଥିବା ବିଶ୍ଵ କପ ପାଇଁ ଆଇସିସି ଓ ଇଂଲଣ୍ଡ ପ୍ରସ୍ତୁତିରେ ଜୁଟିଯାଇଛି। ଏହି ବିଶ୍ଵ କପ ପାଇଁ ଭାରତୀୟ ଦଳ ନିକଟରେ ହାଇଦ୍ରାବାଦରେ ହୋଇଥିବା ସମୀକ୍ଷା ବୈଠକ ସମୟରେ ସିଓଏ ପାଖରେ କିଛି ଦାବି ରଖିଛନ୍ତି। ଖେଳାଳିଙ୍କ ଦାବି ଏହା ଯେ ସେମାନଙ୍କୁ ନିଜ ପତ୍ନୀଙ୍କୁ ସାଥୀରେ ନେବାର ଅନୁମତି ମିଳୁ ଏବଂ ଡ୍ରେସିଂ ରୁମରେ ଖେଳାଳିଙ୍କୁ ଭରପୂର କଦଳୀ ଖାଇବାକୁ ଦିଆଯାଉ।
ବୈଠକରେ ଅଧିନାୟକ ବିରାଟ କୋହଲିଙ୍କ ବ୍ୟତୀତ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, କୋଚ୍ ରବି ଶାସ୍ତ୍ରୀ ଓ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ। ଭାରତୀୟ ଦଳ ଦାବି କରିଛି ଯେ ବିଶ୍ଵ କପ ସମୟରେ ଟିଫିନରେ ଖେଳାଳିଙ୍କ ପାଇଁ ଭରପୂର କଦଳୀର ବ୍ୟବସ୍ଥା କରାଯାଉ। ଖେଳାଳିଙ୍କ କହିବା କଥା ନିକଟ ଇଂଲଣ୍ଡ ଗସ୍ତରେ ସେମାନଙ୍କୁ କଦଳୀ ଖାଇବାକୁ ମିଳିନଥିଲା।
ଏହା ସହିତ ଭାରତୀୟ ଦଳ ପୂରା ବିଶ୍ଵ କପ ସମୟରେ ନିଜର ପତ୍ନୀଙ୍କୁ ସାଥୀରେ ରଖିବାକୁ ଦାବି କରିଛନ୍ତି। କେବଳ ଏତିକି ନୁହେଁ ଦଳର ପରିଭ୍ରମଣ ପାଇଁ ଏକ ରିଜର୍ଭ କୋଚର ଦାବି କରିଛନ୍ତି ଖେଳାଳି। ଏହି ପ୍ରସଙ୍ଗରେ ଖେଳାଳିଙ୍କ ତର୍କ ଏହା ଯେ ଇଂଲଣ୍ଡରେ ସାଧାରଣ ଯାତ୍ରୀଙ୍କ ସହିତ ଯାତ୍ରା କରିବାକୁ ପଡ଼ିବ ନାହିଁ। ଏଥିରେ ଯାତ୍ରା ସୁରକ୍ଷିତ ରହିବା ସହିତ ଖେଳାଳିଙ୍କ ପାଇଁ ସମୟ ମଧ୍ୟ ବଞ୍ଚିବ।
ସୁରକ୍ଷା ପ୍ରସଙ୍ଗ ଉପରେ କୋହଲିଙ୍କ କହିବା କଥା ଏଥିପାଇଁ ପୂରା କୋଚର ବ୍ୟବସ୍ଥା କରାଯାଉ। ଇଂଲଣ୍ଡ ଦଳ ମଧ୍ୟ ଟ୍ରେନରେ ଯାତ୍ରା କରିଥାଏ ବୋଲି କୋହଲି କହିଛନ୍ତି। ଖେଳାଳିଙ୍କ ଏହି ସବୁ ଦାବି ଉପରେ ବିଚାର କରିବେ ବୋଲି ସିଓଏ କମିଟି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

one × one =