ବିବାହ ପୁର୍ବରୁ ରଖିଛନ୍ତି କି ସମ୍ପର୍କ ?

ଆଜିକାଲି ସାମାନ୍ୟ ପ୍ରେମ ସମ୍ବନ୍ଧ ରେ ବି ଶାରୀରିକ ସମ୍ବନ୍ଧ ଏକ ସାଧାରଣ କଥା । ହେଲେ ଅବିବାହିତ ଲୋକମାନେ ଏ ସମ୍ବନ୍ଧରେ କିଛି ନଜାଣି ପଡିଥାନ୍ତି ଅସୁବିଧାରେ । ଅନେକ କ୍ଷେତ୍ରରେ ପୋଲିସ କର୍ମୀଙ୍କ ଦ୍ୱାରା ହଇରାଣ ମଧ୍ୟ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସମ୍ବିଧାନର କିଛି ନିୟମ –
ଯଦି କୌଣସି ଅବିବାହିତ ଯୋଡି ହୋଟେଲ ରେ ରୁମ ନେଇ ରହିବାକୁ ଚାହୁଁଛନ୍ତି ତେବେ ଏହା ଏକ ଅପରାଧ ନୁହେଁ । ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ପାରିବନାହିଁ ।
ଲିଭ ଇନ ରିଲେସନ ରେ ଯଦି ପୁରୁଷଙ୍କ ମୃତ୍ୟୁ ହେଇଯାଏ ତେବେ ମହିଳା ପାର୍ଟନରଙ୍କୁ ତାଙ୍କ ସମ୍ପତିର ଭାଗିଦାରୀ ବୋଲି ମାନ୍ୟତା ରହିଥାଏ । ଯଦି ବିବାହ ପୁର୍ବରୁ ଯୋଡି ମଧ୍ୟରେ ଶାରୀରିକ ସମ୍ବନ୍ଧ ନିଜ ସମତିରେ ରହିଥାଏ ତାହାଲେ ପୋଲିସ କିଛି କାର୍ଯ୍ୟନୁଷ୍ଠାନ ନେଇପାରିବ ନାହିଁ ।
ଆମେରିକାର ଏକ ସର୍ବେରୁ ଜଣାପଡିଛି ପ୍ରେମ ସମ୍ବନ୍ଧରେ ଯେତେ ଡେରିରେ ଶାରୀରିକ ସମ୍ବନ୍ଧ ରଖିବେ ଆପଣଙ୍କ ବୈବାହିକ ଜୀବନ ସୁଖରେ ରହିବ । ହେଲେ ବିବାହ ପୁର୍ବରୁ ଶାରୀରିକ ସମ୍ବନ୍ଧ ରଖିବା ଅପରାଧ ନୁହେଁ । ଏହା ଉପରେ କାର୍ଯ୍ୟଅନୁଷ୍ଠାନ ହେବନାହିଁ ।

Share

Leave a Reply

Your email address will not be published. Required fields are marked *

13 + seventeen =