Friday, October 30, 2026
Latestକ୍ରୀଡା

କ୍ରିକେଟ ଟିକେଟ ପାଇଁ ପରିଚୟ ପତ୍ର ଆବଶ୍ୟକ

ଭୁବନେଶ୍ୱର() ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ ।ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛି ଓଡିଶା କ୍ରିକେଟ୍ ଆସୋସିଏସନ୍ ।

ତେବେ ଟିକେଟ୍ କିଣିବା ପାଇଁ କ୍ରୀଡାପ୍ରେମୀଙ୍କ ଭିଡକୁ ନଜରରେ ରଖି ଟିକେଟ୍ ପାଇଁ ୧୨ଟି କାଉଣ୍ଟର କରାଯିବ ବୋଲି କହିଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ତେବେ ଯେଉଁମାନେ ଟିକେଟ୍ କିଣିବେ ସେମାନଙ୍କୁ ନିଜର ପରିଚୟ ପତ୍ର ଦେଖାଇବାକୁ ହେବ । ଆଉ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ନେଇପାରିବେ ।

ସେପଟେ ଅନଲାଇନ୍ ଟିକେଟ୍ ବୁକି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଉ କିଛି ଦିନ ପରେ ଅଫଲାଇନରେ ଟିକେଟ୍ କିଣିପାରିବେ ଦର୍ଶକ ।

Share

Leave a Reply

Your email address will not be published. Required fields are marked *

seven + seventeen =