କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩କୁ ବୃଦ୍ଧି

ନୂଆଦିଲ୍ଲୀ()    ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୭ ହଜାର ୩୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬୬ ହଜାର ୯୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ୯୬ ହଜାର ୬୩୭କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୬ ଲକ୍ଷ ୫୩ ହଜାର ୬୨୨ ଜଣ ଚିକିତ୍ସିତ ହେଉଥିବା ବେଳେ ୧୬ ଲକ୍ଷ ୯୫ ହଜାର ୯୮୨ ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶରେ କୋରୋନା ଆରୋଗ୍ୟ ହାର ୭୦.୭୭% ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 3 =