କରୋନା ଭାଇରସ ଦେଶକୁ ବିଶ୍ୱବ୍ୟାଙ୍କର ସହାୟତା

କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ବ୍ୟାଙ୍କ ଜରୁରୀକାଳୀନ ଆର୍ଥିକ ସହଯୋଗ କରିବାକୁ ସହମତି ଜଣାଇଛି । ଆର୍ଥିକ ସହଯୋଗ ଚାହୁଁଥିବା ଦେଶଗୁଡ଼ିକୁ ୧୨ ମିଲିୟନ ଡଲାର ସହଯୋଗ ପ୍ୟାକେଜ ଘୋଷଣା କରିଛି । ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ କହିଛନ୍ତି, ଏହାର ଲକ୍ଷ୍ୟ ଦ୍ରୁତ ଓ ପ୍ରଭାବଶାଳୀ ଦିଗରେ କାମ କରିବ । ଆବଶ୍ୟକ ଚାହୁଁଥିବା ଦେଶଗୁଡ଼ିକୁ ସହଯୋଗ ଦିଆଯିବ ।

ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ କହିଛନ୍ତି, ଗରିବ ଦେଶଗୁଡ଼ିକୁ କରୋନା ପାଇଁ ଅତିରିକ୍ତ ବୋଝ ପଡ଼ିଛି । ତେଣୁ ବିଶ୍ୱ ବ୍ୟାଙ୍କ ସେହି ଦେଶଗୁଡ଼ିକରୁ ଜରୁରୀକାଳୀନ ଭିତ୍ତିରେ ସହଯୋଗ କରିବାକୁ ଚାହୁଁଛି । ଏହାର ଲକ୍ଷ୍ୟ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକୁ ଆର୍ଥିକ ସହଯୋଗ କରିବା । ବିଶ୍ୱ ବ୍ୟାଙ୍କର ଆର୍ଥିକ ସହଯୋଗ ରାଶିରେ ମେଡିକାଲ ଉପକରଣ କିଣାଯାଇପାରିବ । ସେହିଭଳି ଏହି ରାଶିରେ ସେବା ପ୍ରଦାନ କରାଯାଇପାରିବ । ବ୍ୟାଙ୍କ ଆବଶ୍ୟକତ ଚାହୁଁଥିବା ଦେଶଗୁଡ଼ିକୁ ପରାମର୍ଶ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି ।

Share

Leave a Reply

Your email address will not be published. Required fields are marked *

eleven + three =