କସମେଟିକ ସର୍ଜରୀ ନେଲା ଜୀବନ

କସମେଟିକ ସର୍ଜରୀ ନେଲା ଜୀବନ । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ଚେତନା ରାଜଙ୍କ ଆଜି ଅକାଳ ବିୟୋଗ ହୋଇଛି । କୁହାଯାଉଛି କସମେଟିକ ସର୍ଜରୀ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସର୍ଜରୀ ସମୟରେ ଏକ ଭୁଲ ହୋଇଥିଲା ଯାହା ତାଙ୍କ ପାଇଁ ଘାତକ ସାଜିଥିଲା ବୋଲି କୁହାଯାଉଛି । ସୂଚନାଅନୁସାରେ ନିଜ ମୋଟାପଣ କମାଇବା ପାଇଁ ଗତକାଲି ଫ୍ୟାଟ ଫି ସର୍ଜରୀ କରାଇଥିଲେ ଚେତନା । ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଲା । ତାଙ୍କ ଫୁସଫୁସରେ ଜମିଯାଇଥିଲା ପାଣି । ଆଉ ଏକ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ କିଛି ସମୟ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଚେତନା ନିଜ ବାପା ମା’ଙ୍କୁ ନଜଣାଇ ସାଙ୍ଗମାନଙ୍କ ସହ ହସ୍ପିଟାଲକୁ ଯାଇଥିଲେ ଏବଂ ସର୍ଜରୀ କରାଇଥିଲେ ବୋଲି କୁହାଯାଉଛି । ପରିବାର ଲୋକେ ଏହି ଟ୍ରାଜେଡି ପାଇଁ ଡାକ୍ତରଙ୍କୁ ଦାୟୀ କରିଛନ୍ତି । ଏନେଇ ଥାନାରେ ଏତଲା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

15 − four =