ନ୍ୟାସନାଲ ପପୁଲେସନ ରେଜିଷ୍ଟରକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ () ଜାତୀୟ ଜନସଂଖ୍ୟା ପଞ୍ଜିକାକୁ ଆଜି ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ । ଏଥିରେ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ଚିହ୍ନଟ ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ ହେବ । ଏହି ଡାଟାବେସରେ ଜନସଂଖ୍ୟା ସହ ବାୟୋମେଟ୍ରିକ ସୂଚନା ମଧ୍ୟ ରହିବ । ଏଥିପାଇଁ ୩ ହଜାର ୯୪୧ କୋଟି ଟଙ୍କା ମଞ୍ଜୁର କରିଛି କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଥିରେ ମୋହର ବାଜିଛି । ଆସନ୍ତା ବର୍ଷ ଏପ୍ରିଲ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ଚାଲିବ ଗଣନା ।

ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପି ବିରୋଧ ଜାରି ରହିଥିବାବେଳେ ନ୍ୟାସନାଲ ପପୁଲେସନ ରେଜିଷ୍ଟର ବା ଏନପିଆରକୁ ମଞ୍ଜୁରି ଦେଇଛି କେନ୍ଦ୍ର କ୍ୟାବିନେଟ୍ ।

Share

Leave a Reply

Your email address will not be published. Required fields are marked *

nineteen − five =