ଭୋଟ୍ ହାତେଇବାକୁ ଚାଲ ଚଳାଇଛି ବିଜେପି

ବାଲେଶ୍ୱର() ବାଲେଶ୍ୱରର ନିର୍ବାଚନ ଚତୁର୍ଥ ପର୍ୟ୍ୟାୟରେ ହେବାକୁ ଥିବାବେଳେ ପ୍ରାର୍ଥୀମାନେ ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ କରି ଭୋଟ ମାଗୁଛନ୍ତି । କଂଗ୍ରେସ ଏବଂ ବିଜେଡିର ଲୋକସଭା ପ୍ରାର୍ଥୀମାନେ ଭୋଟରଙ୍କ ଆସ୍ଥା ଜିତିବାକୁ ଜୀଜାନ ଲଗାଇ ଦେଇଥିବେ ବେଳେ ବିଜେପି ମଧ୍ୟ ପୁରା ଦମ୍ ଲଗାଇଦେଇଛି ।

ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡଙ୍ଗୀଙ୍କ ପ୍ରଚାର ଅବସରରେ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ମତଦାନାଙ୍କୁ ପ୍ରଲୋଭିତ କରିବାକୁ ପ୍ରୟାସ କରିଛନ୍ତି । ଜନତାଙ୍କୁ ବିଭିନ୍ନ ଲୋଭ ଦେଖାଇ ଭୋଟ୍ ହାତେଇବାକୁ ଚାଲ ଚଳାଇଛି ବିଜେପି ।

ସେ କହିଛନ୍ତି, ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ଯୋଜନା ପୂର୍ବଭଳି ଚାଲୁ ରହିବ ବୋଲି ଘୋଷଣା କରିଛନ୍ତି ଅରୁଣ ସିଂ । ଏହି ଯୋଜନା ଜାରି ରଖାଯିବା ସହ ସେଥିପାଇଁ ଅଧିକ ଅର୍ଥ ଦିଆଯିବ । ଖାଲି ଏତିକି ନୁହେଁ କୃଷକଙ୍କୁ ବିନା ସୁଧରେ ଋଣ ମଧ୍ୟ ଦିଆଯିବ । ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସମସ୍ତ ଋଣଛାଡ କରାଯିବ ଆଉ ୭୦ ଲକ୍ଷ ମହିଳାଙ୍କୁ ସ୍ମାର୍ଟଫୋନ ଦିଆଯିବା ସହ ଚାଷୀଙ୍କ ଉତ୍ପାଦିତ ଧାନକୁ ମୋବାଇଲ ଭ୍ୟାନ ମାଧ୍ୟମରେ ତାଙ୍କ ଘରୁ ସିଧାସଳଖ କିଣାଯିବ ବୋଲି ଲୋଭ ଦେଖାଇ ଭୋଟ୍ ହାତେଇବାକୁ ଗୋଟି ଚାଳନା କରିଛି ବିଜେପି ।

Share

Leave a Reply

Your email address will not be published. Required fields are marked *

one × one =