କଲମ୍ବୋ ବିସ୍ଫୋରଣରେ ୧୮୫ ରେ ପହଂଚିଲା ମୃତକଙ୍କ ସଂଖ୍ୟା

ଇଷ୍ଟର ରବିବାର ଅବସରରେ ଶ୍ରୀଲଙ୍କା ଏବଂ କଲୋମ୍ବର ସିଲସିଲେବାରରେ ବୋମା ବିସ୍ଫୋରଣ ସମସ୍ତଙ୍କୁ ଦୋହଲାଇ ଦେଇଛି। ମିଳିଥିବା ଖବର ମୁତାବକ, ଶ୍ରୀଲଙ୍କାରେ ମୋଟ ୫ ଟି ସ୍ଥାନରେ ସକାଳ ପ୍ରାୟ ୮:୪୫ ସମୟରେ ଆକ୍ରମଣ ହୋଇଛି । ଯେଉଁଥିରେ ୩ ଟି ଚର୍ଚ୍ଚରେ ଏବଂ ଅନ୍ୟ ୨ ଟି ହୋଟେଲରେ ସାମିଲ ରହିଛି ।

ଏହି ବିସ୍ଫୋରଣରେ ୧୮୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ବିସ୍ଫୋରଣ ଖୁବ୍ ଭୀଷଣ ଥିଲା । ଯେଉଁଥିରେ ମୃତକଙ୍କ ସହ ଆହତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ହୋଟେଲରେ ମଧ୍ୟ ବିସ୍ଫୋରଣର ଖବର ଆସୁଛି କିନ୍ତୁ ଏଥିରେ କେତେ ଜଣ ଆହତ ହୋଇଛନ୍ତି ଏ ବିଷୟରେ କିଛି ସୂଚନା ମିଳିପାରିନାହିଁ । ତେବେ ଏହି ଘଟଣାରେ ଲଗାତାର ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

one × one =