ଆଜି ବସୁଛି ବିଜେପି ସଂସଦୀୟ ବୈଠକ

ଆସନ୍ତା ୩୦ ତାରିଖରେ ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହା ପୂର୍ବରୁ ଆଜି ବସୁଛି ବିଜେପି ସଂସଦୀୟ ଦଳ ଓ ଏନ୍ଡିଏ ବୈଠକ । ଏଥିରେ ମୋଦିଙ୍କୁ ସଂସଦୀୟ ଦଳ ନେତା ନିର୍ବାଚିତ କରାଯିବ ।

ଆଜି ଅପରାହ୍ଣ ୫ଟାରେ ସଂସଦ ଭବନ କେନ୍ଦ୍ରୀୟ କକ୍ଷରେ ଏହି ବୈଠକ ଡକାଯାଇଛି । ଉଭୟ ବୈଠକ ସରିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏନଡିଏନେତାମାନଙ୍କ ସହିତ ପୃଥକ ପୃଥକ ଆଲୋଚନା କରିବେ । ସମସ୍ତ ଏନଡିଏ ସାଂସଦମାନଙ୍କୁ ୧୦୦ ଦିନର ଏଜେଣ୍ଡା ନିର୍ଦ୍ଧାରଣ ପାଇଁ ମାର୍ଗ ଦର୍ଶନ ଦିଆଯିବ । ଏଥର ବିଜେପି ଏକାକି ୩୦୩ ଆସନରେ ବିଜୟ ହାସଲ କରିଥିବା ବେଳେ ଏନଡିଏ ସଂଖ୍ୟା ୩୫୧ରେ ପହଂଚିଛି । ପଶ୍ଚିମବଙ୍ଗରେ ଦଳକୁ ବଡ ସଫଳତା ମିଳିଥିବାରୁ ଏଥର ପଶ୍ଚିମବଙ୍ଗରୁ ୪ଜଣ ସାଂସଦଙ୍କୁ ମୋଦି କ୍ୟାବିନେଟରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି ।

ଏହା ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ଇସ୍ତଫାପତ୍ର ଗ୍ରହଣ କରିବା ସହ ନୂଆ ସରକାର ଗଠନ ପର୍ୟ୍ୟନ୍ତ ଦାୟିତ୍ୱ ସମ୍ଭାଳିବାକୁ ମୋଦିଙ୍କୁ କହିଛନ୍ତି ରାମନାଥ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ନିଜର ଏବଂ ମନ୍ତ୍ରିପରିଷଦଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

5 − 4 =